Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୋର୍ଦ୍ଧା ଜେଲରୁ ବ୍ରାଉନସୁଗାର ନେଟୱର୍କ ମାମଲା, ଜବତ ହେଲା ୯ଟି ମୋବାଇଲ

by ସଞ୍ଜୟ ସ୍ୱାଇଁ
March 12, 2024
in Crime, State
ଖୋର୍ଦ୍ଧା ଜେଲରୁ ବ୍ରାଉନସୁଗାର ନେଟୱର୍କ ମାମଲା, ଜବତ ହେଲା ୯ଟି ମୋବାଇଲ
69
VIEWS
Share on FacebookShare on Twitter

ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜେଲ ଭିତରୁ ବ୍ରାଉନସୁଗାର ନେଟୱାର୍କ ଚଳାଇବା ମାମଲାରେ ଗୁମର ଧୀରେ ଧୀରେ ଫିଟୁଛି । ଏହି ମାମଲାରେ ଆଉ ୭ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ବାହାରେ ରହି ଏମାନେ ଧଳାଜହର ରାକେଟ୍ ସମ୍ଭାଳୁଥିଲେ । ଗିରଫ ୭ ଜଣ ହେଲେ କାଳୁଚରଣ ଭୁଇଁଆ, ପ୍ରମୋଦ କୁମାର ପଣ୍ଡା, ସୁମନ ସେଠୀ, ଦେବାଶିଷ ପଟ୍ଟନାୟକ, ପୁଷ୍ପା ନାୟକ, ଏସ୍ ଏକ୍ରମ, ଅମ୍ରିତ ସାହୁ । କାଳୁଚରଣ ପୋଲସରା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୬ ଜଣ ଖୋର୍ଦ୍ଧା ଅଞ୍ଚଳର । ଜେଲ୍ ଭିତରୁ ବ୍ରାଉନସୁଗାର ନେଟୱର୍କ ଚଳାଯିବା ଘଟଣା ସାମ୍ନାକୁ ଆସିବା ପରେ ଏନେଇ ଖୋଳତାଡ଼ ଜାରି ରହିଛି । ଜେଲ୍ ଭିତରେ ରହି ମୋବାଇଲ ଯୋଗେ ଚଳାଯାଉଥିଲା ଧଳାଜହର ବେପାର । ଜେଲ ଭିତରେ ଥିବା ବ୍ରାଉନସୁଗାର ମାଫିଆ ମୋବାଇଲ ଫୋନରେ ନିଜ ଲୋକଙ୍କୁ ନିର୍ଦ୍ଦେଶ ଦେଉଥିଲେ, ଆଉ ଧଳାଜହର ବେପାର ଚଳାଉଥିଲେ । ଜେଲ ଭିତରୁ ଏକ ମୋବାଇଲ ଜବତ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାରେ ପ୍ରଥମେ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ୍ । ଗତ ୫ ତାରିଖରେ ପୋଲିସ୍ ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିଥିଲା । ସେମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଜେଲ୍ ଭିତରୁ ଆଉ ୯ଟି ମୋବାଇଲ ଜବତ ହୋଇଥିଲା । ଜେଲ ଭିତରୁ ବ୍ରାଉନସୁଗାର ମାଫିଆ ସଂଜୁ ଓ ମିକି ମୋବାଇଲରେ ନିର୍ଦ୍ଦେଶ ଦେଇ ବ୍ରାଉନସୁଗାର ନେଟୱର୍କ ଚଳାଉଥିଲେ । ଏଯାଏଁ ସେମାନଙ୍କ ଠାରୁ ୨୦ଟି ମୋବାଇଲ ଜବତ ହୋଇସାରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!