Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଇସିସି ରାଙ୍କିଙ୍ଗରେ ତିନିଟି ଯାକ ଫର୍ମାଟରେ ଟିମ୍ ଇଣ୍ଡିଆର ରେକର୍ଡ

by ସଞ୍ଜୟ ସ୍ୱାଇଁ
March 10, 2024
in NATIONAL NEWS, Sports
ଆଇସିସି ରାଙ୍କିଙ୍ଗରେ ତିନିଟି ଯାକ ଫର୍ମାଟରେ ଟିମ୍ ଇଣ୍ଡିଆର ରେକର୍ଡ
72
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଇଂଲଣ୍ଡ ବିରୋଧରେ ସିରିଜ୍ ଜିତି ଆଇସିସି ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଏହାସହ ପୁଣି କ୍ରିକେଟର ତିନିଟି ଯାକ ଫର୍ମାଟରେ ଟିମ୍ ଇଣ୍ଡିଆ ନମ୍ବର ୱାନ ପାଲଟିଛି । ଟେଷ୍ଟରେ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ପହଞ୍ଚିଛି ଭାରତୀୟ ଦଳ । ଭାରତ ପାଖରେ ୧୨୨ ପଏଣ୍ଟ ଥିବା ବେଳେ ଅଷ୍ଟ୍ରେଲିଆ ପାଖରେ ୧୧୭ ପଏଣ୍ଟ ରହିଛି । ସେହିଭଳି ୧୧୧ ପଏଣ୍ଟ ସହ ଇଂଲଣ୍ଡ ଦଳ ଟେଷ୍ଟ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ରହିଛି । ଏବେ ଟେଷ୍ଟ, ଦିନିକିଆ ଓ ଟି-୨୦ ଫର୍ମାଟ ରାଙ୍କିଙ୍ଗରେ ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ । ଦିନିକିଆରେ ଭାରତର ପଏଣ୍ଟ ୧୨୧ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ପଏଣ୍ଟ ୧୧୮ ରହିଛି । ସେହିପରି ଟି-୨୦ରେ ଭାରତ ପାଖରେ ୨୬୬ ରେଟିଂ ପଏଣ୍ଟ ରହିଛି । ୨୫୬ ପଏଣ୍ଟ ସହ ଇଂଲଣ୍ଡ ଟି-୨୦ରେ ଦ୍ୱିତୀୟ ସ୍ଥାନରେ ରହିଛି । ଦ୍ୱିତୀୟ ଥର ପାଇଁ ଭାରତୀୟ ଦଳ ତିନିଟି ଯାକ ଫର୍ମାଟରେ ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ରହିଛି । ୨୦୨୩ ସେପ୍ଟେମ୍ବର ମାସରୁ ଚଳିତବର୍ଷ ଜାନୁଆରୀ ଯାଏଁ ଟେଷ୍ଟ, ଦିନିକିଆ ଓ ଟି-୨୦ରେ ଏକ ନମ୍ବର ସ୍ଥାନରେ ରହିଥିଲା । ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ୧-୧ରେ ଡ୍ର ରହିବା ପରେ ଭାରତ ଟେଷ୍ଟ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନକୁ ଖସିଆସିଥିଲା । ହେଲେ ଇଂଲଣ୍ଡ ବିରୋଧରେ ୪-୧ ସିରିଜ୍ ବିଜୟ ପୁଣି ଭାରତକୁ ଏକ ନମ୍ବର ସ୍ଥାନକୁ ପହଞ୍ଚାଇ ଦେଇଛି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!