Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିସିସିଆଇର ବଡ଼ ଘୋଷଣା, ଟେଷ୍ଟ କ୍ରିକେଟର ମାନେ ୪୫ ଲକ୍ଷ ଟଙ୍କା ଲେଖାଏଁ ପାଇବେ ପ୍ରୋତ୍ସାହନ ରାଶି

by ସଞ୍ଜୟ ସ୍ୱାଇଁ
March 9, 2024
in NATIONAL NEWS, Sports
ବିସିସିଆଇର ବଡ଼ ଘୋଷଣା,  ଟେଷ୍ଟ କ୍ରିକେଟର ମାନେ ୪୫ ଲକ୍ଷ ଟଙ୍କା ଲେଖାଏଁ ପାଇବେ ପ୍ରୋତ୍ସାହନ ରାଶି
68
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଧନୀ ହେବେ ଭାରତ ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା କ୍ରିକେଟର। ମିଳିବ ଅଧିକ ଟଙ୍କାର ମ୍ୟାଚ୍‌ ଫି’। ଲକ୍ଷେ କି ଦୁଇ ଲକ୍ଷେ ନୁହେଁ, ମ୍ୟାଚ୍‌ ଫି’ ବ୍ୟତୀତ ସେମାନଙ୍କୁ ୪୫ ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ମଧ୍ୟ ମିଳିବ। ଆଜି ଇଂଲଣ୍ଡକୁ ୫ମ ଟେଷ୍ଟରେ ଭାରତ ହରାଇବା ସହ ୪-୧ରେ ସିରିଜ କବଜା କରିଛି। ଘରୋଇ ମାଟିରେ ୨୦୧୨ ପରଠାରୁ ଭାରତ ଜାରି ରଖିଥିବା ସିରିଜ ବିଜୟର ଧାରା ମଧ୍ୟ ଅତୁଟ ରହିଛି। ଇଂଲଣ୍ଡକୁ ୫ମ ଟେଷ୍ଟରେ ଭାରତ ଗୋଟିଏ ଇନିଂସ ଓ ୬୪ ରନରେ ହରାଇବା ପରେ ବିସିସିଆଇ ଖେଳାଳିଙ୍କ ପାଇଁ ବଡ଼ ଘୋଷଣା କରିଛି। ବିସିସିଆଇ ପକ୍ଷରୁ କ୍ରିକେଟରଙ୍କ ପାଇଁ ଟେଷ୍ଟ କ୍ରିକେଟ ପ୍ରୋତ୍ସାହନ ଯୋଜନା ଘୋଷଣା କରାଯାଇଛି। ଅଧିକ ସଂଖ୍ୟାରେ ଟେଷ୍ଟ କ୍ରିକେଟ ଖେଳୁଥିବା ଖେଳାଳିଙ୍କୁ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ବିସିସିଅଇ କହିଛି। ଗୋଟିଏ ସିଜିନରେ ଯଦି କୌଣସି ଖେଳାଳି ଭାରତ ପାଇଁ ୭୫%ରୁ ଅଧିକ ମ୍ୟାଚ୍‌ ଖେଳନ୍ତି, ତା’ହେଲେ ତାଙ୍କୁ ମ୍ୟାଚ୍‌ ମ୍ୟାଚ୍‌ ସହ ଅତିରିକ୍ତ ୪୫ ଲକ୍ଷ ଟଙ୍କା ଲେଖାଏ ମିଳିବ। ଏବେ ବିସିସିଆଇ ଜଣେ ଖେଳାଳିଙ୍କୁ ପ୍ରତି ଟେଷ୍ଟ ମ୍ୟାଚ ପିଛା ୧୫ ଲକ୍ଷ ଟଙ୍କା ଲେଖାଏ ଦେଉଛି। ଆଜି ଘୋଷଣା ହୋଇଥିବା ନୂଆ ସ୍କିମ ୨୦୨୨-୨୩ ସିଜିନ ପାଇଁ କାର୍ଯ୍ୟକାରୀ ହେବ। ଏହାର ଅର୍ଥ ବିସିସିଆଇ ପିଛିଲା ଭାବେ କ୍ରିକେଟରଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବ। ଏହି ଯୋଜନା ପାଇଁ ବିସିସିଆଇ ପ୍ରତି ସିଜିନ ପିଛା ଅତିରିକ୍ତ ୪୦ କୋଟି ଟଙ୍କାର ବ୍ୟୟବରାଦକୁ ଅନୁମୋଦନ କରିଛି। ବିସିସିଆଇର ସାଧାରଣ ସମ୍ପାଦକ ଜୟ ଶାହ କହିଛନ୍ତି, “ମୁଁ ବେଶ ଆନ୍ଦର ସହ ପୁରୁଷ ଟିମ ପାଇଁ ଟେଷ୍ଟ କ୍ରିକେଟ ପ୍ରୋତ୍ସାହନ ସ୍କିମ ସମ୍ପର୍କରେ ଘୋଷଣା କରୁଛି। ଏହା ଆମର ପ୍ରିୟ ଆଥେଲଟମାନଙ୍କୁ ଆର୍ଥିକ ଅଭିବୃଦ୍ଧି ଓ ସ୍ଥିରତାରେ ସହାୟକ ହେବ। ୨୦୨୨-୨୩ ସିଜିନ ପାଇଁ ଲାଗୁ ହେବାକୁ ଥିବା ଏହି ସ୍କିମ ଜରିଆରେ ଧାର୍ଯ୍ୟ ୧୫ ଲକ୍ଷର ମ୍ୟାଚ୍‌ ଫି’ ବ୍ୟତୀତ ଅତିରିକ୍ତ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।” ସ୍କିମରେ ଥିବା ବ୍ୟବସ୍ଥା ଅନୁଯାୟୀ, ଜଣେ ଜଣେ ଖେଳାଳି ଗୋଟିଏ ସିଜିନରେ ଭାରତ ପାଇଁ ୭୫%ରୁ ଅଧିକ ମ୍ୟାଚ୍‌ ଖେଳିବେ, ତା’ହେଲେ ତାଙ୍କୁ ମ୍ୟାଚ୍‌ ପିଛା ଅତିରିକ୍ତ ୪୫ ଲକ୍ଷ ଟଙ୍କା ଲେଖାଏ ମିଳିବ। ଚୂଡ଼ାନ୍ତ ଏକାଦଶରେ ରହୁ ନଥିବା ଖେଳାଳିମାନଙ୍କୁ ମଧ୍ୟ ଅତିରିକ୍ତ ଭାବେ ୨୨.୫ ଲକ୍ଷ ଟଙ୍କା ଲେଖାଏ ମିଳିବ। ସ୍କିମରେ ଥିବା ବ୍ୟବସ୍ଥାରେ କୁହାଯାଇଛି ଯେ ଯଦି ଜଣେ ଖେଳାଳି ଗୋଟିଏ ସିଜିନରେ ୫୦%ରୁ କମ ମ୍ୟାଚ୍‌ ଖେଳନ୍ତି, ତାଙ୍କୁ ଏହି ଯୋଜନାରେ କୌଣସି ପ୍ରକାରର ପ୍ରୋତ୍ସାହନ ରାଶି ମିଳିବ ନାହିଁ। ଯଦି ଗୋଟିଏ ସଜିନରେ ୯ଟି ମ୍ୟାଚ୍‌ ଆୟୋଜନ ହୁଏ ଓ ଜଣେ ଖେଳାଳି ୪ରୁ କମ ମ୍ୟାଚ୍‌ରେ ଭାଗ ନିଅନ୍ତି, ତା’ହେଲେ ତାଙ୍କୁ ଯୋଜନାରେ ସାମିଲ କରାଯିବ ନାହିଁ। ସେହିପରି ମୋଟ ୯ଟି ମ୍ୟାଚ୍‌ରୁ ୫ କିମ୍ବା ୬ଟି ମ୍ୟାଚ୍‌ ଅର୍ଥାତ ୫୦%ରୁ ଅଧିକ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ଥିବା ଖେଳାଳିଙ୍କୁ ମ୍ୟାଚ ଫି’ ବ୍ୟତୀତ ଅତିରିକ୍ତ ୩୦ ଲକ୍ଷ ଟଙ୍କା ଲେଖାଏ ମିଳିବ। ଚୂଡ଼ାନ୍ତ ଏକାଦଶରେ ନଥିବା ଖେଳାଳିଙ୍କୁ ମଧ୍ୟ ୧୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ଯଦି ଜଣେ ଖେଳାଳି ୭୫%ରୁ ଅଧିକ ଅର୍ଥାତ ଗୋଟିଏ ସିଜିନରେ ୭ରୁ ଅଧିକ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ରୁହନ୍ତି, ତା’ହେଲେ ତାଙ୍କୁ ମ୍ୟାଚ ଫି’ ବ୍ୟତୀତ ଅତିରିକ୍ତ ୪୫ ଲକ୍ଷ ଟଙ୍କା ଲେଖାଏ ମିଳିବ। ଚୂଡ଼ାନ୍ତ ଏକାଦଶରେ ନଥିବା ଖେଳାଳିଙ୍କୁ ଏପରି ସ୍ଥିତିରେ ୨୨.୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ଖେଳାଳିମାନଙ୍କୁ ଟେଷ୍ଟ କ୍ରିକେଟ ପ୍ରତି ଅଧିକ ଆକର୍ଷିତ କରିବା ପାଇଁ ବିସିସିଆଇ ପକ୍ଷରୁ ଏପରି ପ୍ରୋତ୍ସାହନ ସ୍କିମ ଘୋଷଣା କରାଯାଇଛି। ଟେଷ୍ଟ ଟିମକୁ ସେତେବେଳେ ଜଣେ ଖେଳାଳି ଆସିବେ ଯେତେବେଳେ ସେ ରଣଜୀ ଟ୍ରଫିରେ ସେ ରନ କରିବେ। ତେଣୁ ପରୋକ୍ଷରେ ବିସିସିଆଇ କ୍ରିକେଟମାନଙ୍କୁ ରଣଜୀ ଖେଳିବାକୁ ସଙ୍କେତ ଦେଇଛି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!