Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହିମାଚଳ ପ୍ରଦେଶର କଂଗ୍ରେସରେ ଦେଖାଯାଇଛି ସଙ୍କଟ

by ସଞ୍ଜୟ ସ୍ୱାଇଁ
March 9, 2024
in NATIONAL NEWS, Politics
ହିମାଚଳ ପ୍ରଦେଶର କଂଗ୍ରେସରେ ଦେଖାଯାଇଛି ସଙ୍କଟ
69
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ରାଜ୍ୟସଭା ନିର୍ବାଚନ ପରେ ହିମାଚଳ ପ୍ରଦେଶର କ୍ଷମତାସୀନ କଂଗ୍ରେସରେ ଦେଖାଯାଇଥିବା ସଙ୍କଟ ଟଳିବାର ନାଁ ଧରୁନି। ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କୁ ଜିତାଇଥିବା କଂଗ୍ରେସର ୬ ବିଦ୍ରୋହୀ ବିଧାୟକ ଏବେ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି। ସେମାନଙ୍କ ସହ ଆଉ ୩ ସ୍ୱାଧୀନ ଓ ସମ୍ଭବତଃ ବିଜେପିର ୨ ବିଧାୟକ ମଧ୍ୟ ରହିଛନ୍ତି। ବିଦ୍ରୋହ ଯୋଗୁ ହିମାଚଳ କଂଗ୍ରେସରେ ସଙ୍କଟ ଦେଖାଯାଇଛି। ଏସବୁ ଭିତରେ ୧୧ ଜଣ ବିଧାୟକଙ୍କୁ ନେଇ ଗୋଟିଏ ବସ୍‌ ଆଜି ସକାଳେ ଋଷିକେଶର ତାଜ ହୋଟେଲରେ ପ୍ରବେଶ କରିଛି। ସେମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲରେ ରଖାଯାଇଛି। ଶୁକ୍ରବାର ୧୧ ଜଣ ବିଧାୟକ ଅପରାହ୍ନ ୨.୪୦ ମିନିଟରେ ଡେରାଡୁନର ଜଲି ଗ୍ରାଣ୍ଟ ଏୟାରପୋର୍ଟରେ ପହଞ୍ଚିଥିଲେ। ସେଠାରୁ ସମସ୍ତେ କାର୍‌ ଯୋଗେ ଋଷିକେଶରେ ଥିବା ହୋଟେଲ ଅଭିମୁଖେ ଯାଇଥିଲେ। ଆଜି ସେମାନେ ବସ୍‌ ଯୋଗେ ହୋଟେଲରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଦୁଇ ଦିନ ତଳେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଦିଲ୍ଲୀରେ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଭେଟି ରାଜ୍ୟର ରାଜନୀତିକ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେଇଥିଲେ। ଏହାପରେ ବିଦ୍ରୋହୀ ବିଧାୟକମାନେ ବିଜେପି ଶାସିତ ଉତ୍ତରାଖଣ୍ଡରେ ରହିଥିବା ଖବର ସାମ୍ନାକୁ ଆସିଛି। ଶୁକ୍ରବାର ସୁଖୁ କହିଥିଲେ, “କିଛି ବିଧାୟକ ମାର୍ମାହତ। ସେମାନଙ୍କୁ ସିଆରପିଏଫ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। କ’ଣ ଏଭଳି ଆଚରଣ ଯୋଗୁ ଗଣତନ୍ତ୍ର ସଶକ୍ତ ହେବ? ଘୋଡ଼ା ବେପାର ଗଣତନ୍ତ୍ରକୁ ଦୁର୍ବଳ କରିଥାଏ। ମୁଁ ସୋଶାଲ ମିଡିଆରୁ ଜାଣିବାକୁ ପାଇଛି ଯେ ସେମାନଙ୍କୁ(ବିଦ୍ରୋହୀ ବିଧାୟକ) ପଞ୍ଚକୁଲାର ହୋଟେଲରୁ ବାହାର କରାଯାଇଛି। ଗୋଟିଏ ସ୍ୱତନ୍ତ୍ର ବିମାନ ଚଣ୍ଡିଗଡ଼ ଏୟାରପୋର୍ଟରୁ ଉଡ଼ିଛି। ମୁଁ ଜାଣିନି ଏହା କେଉଁଠି ପହଞ୍ଚିବ। ବିଧାୟକମାନଙ୍କୁ ଫେରାଇ ଆଣିବା ପାଇଁ ସେମାନଙ୍କ ପରିବାର ଲୋକ ଅନୁରୋଧ କରୁଛନ୍ତି। ତେଣୁ ଆମେ ସେମାନଙ୍କ ସମ୍ପର୍କରେ ତଥ୍ୟ ରଖିଛୁ।” ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୬ ବିଧାୟକ କ୍ରସ ଭୋଟିଂ କରିଥିବାରୁ ସେମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏହା ବିରୋଧରେ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!