Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଜବୁତ ସ୍ଥିତିରେ ଟିମ ଇଣ୍ଡିଆ, ରୋହିତ ଓ ଗିଲଙ୍କ ଶତକ

by ସଞ୍ଜୟ ସ୍ୱାଇଁ
March 8, 2024
in NATIONAL NEWS, Sports
ମଜବୁତ ସ୍ଥିତିରେ ଟିମ ଇଣ୍ଡିଆ, ରୋହିତ ଓ ଗିଲଙ୍କ ଶତକ
52
VIEWS
Share on FacebookShare on Twitter

ନିଉଦିଲ୍ଲୀ, (ବାଘୁଆବାର୍ତ୍ତା): ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ ପ୍ରଥମେ ଶତକ ହାସଲ କଲେ। ଏହାପରେ ଦୁଇ ଯୁବ ତାରକା ଦେବଦତ୍ତ ପାଡିକ୍କଲ ଓ ସର୍ଫରାଜ ଖାନ ଅର୍ଦ୍ଧ ଶତକ ମାରିଲେ। ଏମାନଙ୍କୁ ଆଉଟ କରି ଇଂଲଣ୍ଡ କମବ୍ୟାକର ସ୍ୱପ୍ନ ଦେଖିଥିଲା। ହେଲେ ଶେଷ ଭାଗରେ କୁଲଦୀପ ଯାଦବ ଓ ଯଶପ୍ରୀତ ବୁମ୍ରା ମଧ୍ୟ ଦମ୍ଭ ଦେଖାଇଛନ୍ତି। ଭାରତକୁ ଦ୍ୱିତୀୟ ଦିବସରେ ଅଲଆଉଟ କରିବାକୁ ଆଶା କରିଥିବା ଇଂଲଣ୍ଡ ନିରାଶ ହୋଇଛି। ୯ମ ୱିକେଟ ପାଇଁ ବୁମ୍ରା ଓ କୁଲଦୀପ ଅପରାଜିତ ୪୫ ରନ ଯୋଡ଼ିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତର ଟପ୍‌ ବ୍ୟାଟର ପ୍ରଥମଥର ପାଇଁ ୫୦ କିମ୍ବା ତା’ରୁ ଅଧିକ ରନ କରିଛନ୍ତି। ପ୍ରଥମ ଦିନରେ ଯଶସ୍ୱୀ ଜୈସୱାଲ ଏକମାତ୍ର ବ୍ୟାଟର ଭାବେ ୫୭ ରନ କରି ଆଉଟ ହୋଇଥିଲେ। ଏହାପରେ ରୋହିତ ଶର୍ମା ୧୦୩, ଶୁବମନ ଗିଲ ୧୧୦, ପାଡିକ୍କଲ ୬୫ ଓ ସର୍ଫରାଜ ଖାନ ୫୬ ରନର ଇନିଂସ ଖେଳିଛନ୍ତି। ବ୍ୟାଟରଙ୍କ ଜଲୱା ଯୋଗୁ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ମ ଟେଷ୍ଟରେ ପୂରା ମଜବୁତ ସ୍ଥିତିରେ ପହଞ୍ଚି ଯାଇଛି। ଷ୍ଟମ୍ପ ଅପସାରଣ ବେଳକୁ ଭାରତ ତା’ର ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୪୭୩ ରନ କରି ନେଇଛି। ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ଦଳ ୨୫୫ ରନ ଆଗରେ ରହିଛି। ଖେଳ ଶେଷ ବେଳକୁ ବୁମ୍ରା ୧୯ ଓ କୁଲଦୀପ ୨୭ ରନ କରି ଅପରାଜିତ ରହିଛନ୍ତି। ଆସନ୍ତାକାଲି ପୁଣି ଏମାନେ ଏହି ସ୍ଥାନରୁ ବ୍ୟାଟିଂ କରିବେ। ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ୨୧୮ ରନ କରିଥିଲା। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ଗୋଟିଏ ୱିକେଟ ହରାଇ ୧୩୫ ରନ କରିଥିଲା। ଆଜି ରୋହିତ ଶର୍ମା(୫୨) ଓ ଗିଲ (୨୬) ଦଳର ପାଳିକୁ ଆଗକୁ ନେଇଥିଲେ। ବିଶେଷ କରି ଗିଲ ଆଟାକିଂ ଶଟ ଖେଳି ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ରୋହିତ ମଧ୍ୟ ପଛରେ ପଡ଼ି ନଥିଲେ। ଉଭୟ ଲଞ୍ଚ ଯାଏ ଇଂଲଣ୍ଡକୁ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଏଥିସହ ନିଜ ନିଜର ଶତକ ମଧ୍ୟ ହାସଲ କରିଥିଲେ। ରୋହିତ ତାଙ୍କ ଟେଷ୍ଟ କ୍ୟାରିୟରର ୧୨ତମ ଶତକ ଓ ଗିଲ ୪ର୍ଥ ଶତକ ହାସଲ କରିବା ପରେ ଲଞ୍ଚ ବ୍ରେକ ହୋଇଥିଲା। ଭାରତ ମଧ୍ୟ ସେତେବେଳକୁ ଲିଡ୍‌ ହାସଲ କରି ନେଇଥିଲା। ପ୍ରଥମଥର ପାଇଁ ଇଂଲଣ୍ଡ ବିପକ୍ଷ ୫ଟିକିଆ ସିରିଜରେ ପ୍ରଥମ ସେସନ୍ସରେ ୧୦୦ରୁ ଅଧିକ ରନ ହେବା ସହ କୌଣସି ୱିକେଟ ଯାଇ ନଥିଲା। ସେହିପରି ରୋହିତ ଓ ଗିଲଙ୍କ ମଧ୍ୟରେ ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟରେ ୧୦୦ରୁ ଅଧିକ ରନର ଭାଗିଦାରୀ ହୋଇଥିଲା। ଲଞ୍ଚ ପରେ ଇଂଲଣ୍ଡ କମବ୍ୟାକ କରିଥିଲା। ପ୍ରଥମଥର ପାଇଁ ସିରିଜରେ ବୋଲିଂ କରିବାକୁ ଆସିଥିଲେ ଇଂଲିଶ ଟିମର ଅଧିନାୟକ ବେନ ଷ୍ଟୋକ୍ସ। ସେ ପ୍ରଥମ ବଲରେ ହିଁ ୧୦୩ ରନ କରିଥିବା ରୋହିତ ଶର୍ମାଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ଏଥିସହ ଗିଲଙ୍କ ସହ ତାଙ୍କର ୧୭୧ ରନର ଭାଗିଦାରୀରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ୧୦୩ ରନର ଇନିଂସରେ ରୋହିତ ୧୩ଟି ଚୌକା ଓ ୩ଟି ଛକା ମାରିଛନ୍ତି। ଏହାର କିଛି ସମୟ ପରେ ଜେମ୍ସ ଆଣ୍ଡରସନ ଭଲ ଲୟରେ ଥିବା ଶୁବମନ ଗିଲଙ୍କୁ ବୋଲ୍ଡ କରିଥିଲେ। ଗିଲ୍‌ ୧୧୦ ରନ କରି ଆଉଟ ହୋଇଛନ୍ତି। ଏହି ଇନିଂସରେ ସେ ୧୨ଟି ଚୌକା ଓ ୫ଟି ଛକା ମାରିଛନ୍ତି। ଲଗାତର ୨ଟି ୱିକେଟ ହାସଲ କରି ଇଂଲଣ୍ଡ କମବ୍ୟାକର ସଙ୍କେତ ଦେଇଥିଲା। କିନ୍ତୁ ଡେବ୍ୟୁଟାଣ୍ଟ ପାଡିକ୍କଲ ଓ ସର୍ଫରାଜ ନିଜର ଦମ ଦେଖାଇଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ଇଂଲଣ୍ଡକୁ ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ସର୍ଫରାଜ ୮ଟି ଚୌକା ଓ ଗୋଟିଏ ଛକା ବଳରେ ଚଳିତ ସିରିଜରେ ନିଜର ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ପାଡିକ୍କଲ ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ମାରି ନିଜ ଦକ୍ଷତାର ପରିଚୟ ଦେଇଥିଲେ। ଦଳୀୟ ସ୍କୋର ୩୭୬ ରନ ଥିବା ବେଳେ ବ୍ୟକ୍ତିଗତ ୫୬ ରନ କରି ଶୋଏବ ବଶିରଙ୍କ ବଲରେ ସର୍ଫରାଜ ପ୍ରଥମେ ଆଉଟ ହୋଇଥିଲେ। ଏହାପରେ ବଶିର ୬୫ ରନ କରିଥିବା ପାଡିକ୍କଲଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ୪ର୍ଥ ମ୍ୟାଚର ହିରୋ ଧ୍ରୁବ ଜୁରେଲ ମାତ୍ର ୧୫ ରନ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ମଧ୍ୟ ୧୫ ରନ କରି ଆଉଟ ହୋଇଥିଲେ। ସେମାନଙ୍କ ୱିକେଟ ଯଥାକ୍ରମେ ବଶିର ଓ ଟମ ହାର୍ଟଲୀ ନେଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ଖାତା ଖୋଲିବା ପୂର୍ବରୁ ହାର୍ଟଲୀଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୪୨୮ ରନରେ ୮ମ ୱିକେଟ ଭାରତ ହରାଇଥିଲା। ଲାଗୁଥିଲା ଆଜି ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଯିବ। କିନ୍ତୁ କୁଲଦୀପ ଓ ବୁମ୍ରା ନିଜର ଜଲୱା ଦେଖାଇ ଥିଲେ। ଉଭୟ ଇଂଲିଶ ବୋଲିଂ ଆଟାକକୁ କାଉଣ୍ଟର କରିବା ସହ ଦଳୀୟ ସ୍କୋରକୁ ୪୫୦ ପାର କରାଇ ଥିଲେ। ଉଭୟ ଷ୍ଟମ୍ପ ଅପସାରଣ ଯାଏ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ସେହିପରି ଭାରତର ସ୍କୋରକୁ ୪୭୩ରେ ପହଞ୍ଚାଇ ଦେଇଛନ୍ତି। ଆସନ୍ତାକାଲି ଉଭୟ ଏହି ସ୍ଥାନରୁ ପୁଣି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିବେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!