Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସ୍‌ଟିଏଫ୍ ପଞ୍ଝାରେ ଅଫିମ ବେପାରୀ, ଦୁଇ ଗିରଫ

by ସଞ୍ଜୟ ସ୍ୱାଇଁ
March 8, 2024
in Crime, State
ଏସ୍‌ଟିଏଫ୍ ପଞ୍ଝାରେ ଅଫିମ ବେପାରୀ, ଦୁଇ ଗିରଫ
24
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲା ପୁଲିସ୍‌ ସହାୟତାରେ ପାନପୋଷରେ ଚଢ଼ାଉ କରି ଏସ୍‌ଟିଏଫ୍ ୧୦ କେଜି ୫୦୮ ଗ୍ରାମ ଅଫିମ ଜବତ କରିବା ସହିତ ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରିଛି। ଏସ୍‌ଟିଏଫ୍‌ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ଏକା ଥରକେ ଏତେ ପରିମାଣରେ ଅଫିମ ପୂର୍ବରୁ କେବେ ଜବତ ହୋଇ ନଥିଲା। ଗିରଫ ଅଭଯୁକ୍ତ ଦ୍ୱୟ ହେଉଛନ୍ତି- ବିଟୁ ସିଂହ ମୁଣ୍ଡା (୪୬) ଓ ରୋହିତ ମୁଣ୍ଡା (୪୯)। ଉଭୟଙ୍କ ଘର ଝାରଖଣ୍ଡର ଖୁଣ୍ଟି ଜିଲ୍ଲାର ସିଗିଡ଼ରେ। ତଦନ୍ତ ବେଳେ ଜଣାପଡ଼ିଛି ଯେ ଏହି ଦୁଇ ଜଣ ଓ ସେମାନଙ୍କର ଅନ୍ୟ କିଛି ସାଥୀ ରାଜସ୍ଥାନରୁ ଅଫିମ ସଂଗ୍ରହ କରି ଝାରଖଣ୍ଡ ସହିତ ଓଡ଼ିଶାର ସୁନ୍ଦରଗଡ଼ ଓ ରାଉରକେଲାରେ ବିକ୍ରି କରୁଥିଲେ। ସେମାନଙ୍କ ଅନ୍ୟ ସାଥୀମାନେ ଗିରଫ ହୋଇନାହାନ୍ତି। ଔଷଧ ପ୍ରସ୍ତୁତ କରିବା ପାଇଁ ଦେଶର ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ଅଫିମକୁ ଆଇନତଃ ଚାଷ କରାଯାଉଛି। ଏସ୍‌ଟିଏଫ୍ ସନ୍ଦେହ କରୁଛି ଯେ ମଧ୍ୟ ପ୍ରଦେଶର ଯେଉଁ ଫାର୍ମ ଗୁଡ଼ିକରେ ଆଇନତଃ ଅଫିମ ଚାଷ କରାଯାଉଛି, ସେଠାରୁ କୌଣସି ସ୍ଥାନରୁ ଏହି ଜବତ ଅଫିମକୁ ବେଆଇନ ଭାବେ ଚାଲାଣ କରାଯାଇଛି। ଏନେଇ ଅଧିକ ତଦନ୍ତ କରିବାକୁ ଏସ୍‌ଟିଏଫ ମଧ୍ୟ ପ୍ରଦେଶ ପୁଲିସ୍ ଓ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ନାରକୋଟିକ୍‌ସ ସହିତ ଯୋଗାଯୋଗ କରିବ ବୋଲି କହିଛି। ନିଶା ଦ୍ରବ୍ୟ ବିରୋଧରେ ୨୦୨୦ରୁ ଏସ୍‌ଟିଏଫ୍ ତା’ର ଅଭିଯାନ ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭୫ କେଜି ବ୍ରାଉନ ସୁଗର/ହେରୋଇନ, ୨୦୨ ଗ୍ରାମ କୋକେନ୍‌, ୧୨୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଓ ୧୪ କେଜିରୁ ଅଧିକ ଅଫିମ ଜବତ କରିଛି। ଏହି ସବୁ ମାମଲରେ ୧୯୩ ଜଣଙ୍କୁ ଗିରଫ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!