ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ନେଇ ଆଜି ଜିଲ୍ଲାପାଳ ଡ. ପୋମା ଟୁପୁ ଓଡ଼ଗାଁ ବ୍ଲକର ଏକାଧିକ ଗ୍ରାମକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଓଡ଼ଗାଁ ବ୍ଲକ ରାବେରା ପଂଚାୟତର ରାବେରା ଗ୍ରାମ, କୁରାଳ ପଂଚାୟତ ନାଥିଆପଲ୍ଲୀ ଗ୍ରାମ, ରବିଗାଡ଼ିଆ ପଂଚାୟତ କୁରୁମ ବାଙ୍କତରା, ନନ୍ଦିଘୋର ପଂଚାୟତ ନନ୍ଦିଘୋର ଗ୍ରାମକୁ ଜିଲ୍ଲାପାଳ କଣ୍ଟେନ୍ମେଣ୍ଟ ଘୋଷଣା କରିଥିବା ଜଣାଯାଇଛି । ଏହି ଅଂଚଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି କଣ୍ଟେନ୍ମେଣ୍ଟ ଘୋଷଣା ହୋଇଥିବା ଜଣାଯାଇଛି । ଅନ୍ୟପକ୍ଷେ, ଓଡ଼ଗାଁ ବ୍ଲକରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ମୁହାଁ ହୋଇଥିବା ଜଣାଯାଇଛି । ଏହି ସଂଖ୍ୟା ଗତ ସପ୍ତାହରେ ୨ ଶହ ରହିଥିବା ଜଣାଯାଇଛି ।






