କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): ଗତ ୩ ତାରିଖ ରାତିରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ଅନୀଲ ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିବା ନେଇ କଣ୍ଟାବାଞ୍ଜି ଥାନାରେ ଗତ ୪ ତାରିଖ ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅନୀଲ ଅଗ୍ରୱାଲଙ୍କ ଘରେ କାମ କରୁଥିବା ଚାକରଙ୍କ ଉପରେ ସନ୍ଦେହ ହେବାକୁ ତାକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରିବା ପରେ ସେ ହିଁ ଚୋରି କରିଥିବା ସ୍ବୀକାର କରିଥିଲା । ପୋଲିସ ଚୋରଙ୍କ ଠାରୁ ୮୧ ହଜାର ଟଙ୍କା ଏବଂ ସୁନା ଗହଣା ଜବତ କରିଛି । ତେବେ ଏନେଇ କଣ୍ଟାବାଞ୍ଜି ପୋଲିସ ଷ୍ଟେସନରେ ଏସଡିପିଓ ଗୌରାଙ୍ଗ ଚରଣ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସ୍ଥାନୀୟ ସିପକାପଡାର ରାମ ମହାନନ୍ଦ ଅନୀଲ ଅଗ୍ରୱାଲଙ୍କ ଘରେ କାମ କରୁଥିଲେ । ଗତ ୩ ତାରିଖରେ ଅନୀଲ ଅଗ୍ରୱାଲଙ୍କ ପରିବାର ଲୋକ ଏକ ବିବାହ ଭୋଜି ପାଇଁ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଚୋର ଚୋରି କରିଥିବା ଏସଡିପିଓ ସୂଚନା ଦେଇଛନ୍ତି ।





