ନୟାଗଡ଼, (ବାଘୁଆବାର୍ତ୍ତା) : ଭାରତୀୟ ମଜଦୁର ସଂଘ ସହବନ୍ଧିତ ଓଡ଼ିଶା ରାଜ୍ୟ ଆଶା ସାଥି ସଂଘ ପକ୍ଷରୁ ଦଶପଲ୍ଲା ବିଧାୟକ ରମେଶ ଏବଂ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ଆଶା ସାଥି ସଂଘ ସୁଷମା ପ୍ରଧାନ, ନଳୀନ ପ୍ରଧାନ, ରଂଜୁବାଳା ଦାଶ ପ୍ରମୂଖ ଏହି ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଆଶାସାଥିମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, କେନ୍ଦ୍ର ସରକାରଙ୍କ ଘୋଷଣାନୁସାରେ ୬ ହଜାର ଟଙ୍କା ପ୍ରଦାନ, ଆଶାସାଥିଙ୍କ ପାଇଁ ୟୁନିଫର୍ମ, କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ, ଜୀବନ ଜ୍ୟୋତି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷା ଯୋଜନା ପ୍ରଦାନ ସମେତ ୮ ଦଫା ଦାବି ନେଇ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି ।





