Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଟି ତଳୁ ମିଳିଲା ମୃତଦେହ, ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକ ସହ ଯାଇଥିଲେ

by ସଞ୍ଜୟ ସ୍ୱାଇଁ
March 5, 2024
in Crime, State
ମାଟି ତଳୁ ମିଳିଲା ମୃତଦେହ, ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକ ସହ ଯାଇଥିଲେ
135
VIEWS
Share on FacebookShare on Twitter

ଦେବଗଡ଼, (ବାଘୁଆବାର୍ତ୍ତା): ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକ ସହ ଯାଇଥିଲେ। ହେଲେ ଯେଉଁ ପ୍ରେମିକଙ୍କ ହାତ ଧରି ଘରର ଚାରି କାନ୍ଥ ଭିତରୁ ଗୋଡ କାଢ଼ିଥିଲେ, ସିଏ ସାଜିଲା ହତ୍ୟାକାରୀ। ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ତଣ୍ଟି ଚିପି ହତ୍ୟା କରିଥିଲା। ଏପରି ବୀଭତ୍ସ ହତ୍ୟାକାଣ୍ଡ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଘଟିଛି। ଅଭିଯୋଗ ପରେ ପୁଲିସ୍‌ ହତ୍ୟାକାରୀ ପ୍ରେମିକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ବଡଖୋଲ ଗାଁର ମୀନା କିସାନ। ସେ କିସିଣ୍ଡା ଥାନା ବଳମ ଗାଁର ଦାଶରଥି କିସାନଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। ସ୍ୱାମୀ ଓ ପୁଅ ଥାଉଁ ଥାଉଁ କିସିଣ୍ଡା ଥାନା ବଲାସିଙ୍ଘା ଗାଁର ପ୍ରମୋଦ କିସାନଙ୍କ ପ୍ରେମରେ ପଡ଼ିଥିଲେ ମୀନା। ପରେ ଉଭୟଙ୍କ ଭିତରେ ପ୍ରେମର ଲୁଚାକାଳି ଖେଳ ଚାଲିଥିଲା। ଏମିତି ପ୍ରାୟ ୨ ବର୍ଷ ଧରି ଚାଲିଥିଲା। ନିଜର ଚୋରା ପିରତୀ ପ୍ରଘଟ ହୋଇଯିବା ସନ୍ଦେହ କରି ମୀନା ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକଙ୍କ ପାଖକୁ ପଳାଇ ଯାଇଥିଲେ। ପ୍ରେମିକ ପ୍ରମୋଦଙ୍କ ସହ ମୀନା ଘର ଭଡା ନେଇ ବିଭିନ୍ନ ଅଞ୍ଚଳରେ ରହୁଥିଲେ। ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କ ପ୍ରେମ ବେଶୀ ଦିନ ତିଷ୍ଠି ପାରିଲା ନାହିଁ। ପ୍ରେମକୁ ନେଇ ଉଭୟଙ୍କ ଭିତରେ ଉଠିଥିଲା ଅଶାନ୍ତିର ଝଡ଼। ମୀନା ଆଉ କିଛି ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ପ୍ରମୋଦ ସନ୍ଦେହ କରୁଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଦେବଗଡ ଜିଲ୍ଲା ରିଆମାଳ ଥାନା ମଧ୍ୟପୁର ଗାଁର ଜଣେ ସମ୍ପର୍କିୟ ଗୁରୁଚରଣ ପ୍ରଧାନଙ୍କ ଘରେ ମୀନାଙ୍କୁ ଛାଡି କୋଇଡା ଅଞ୍ଚଳକୁ ଟ୍ରକ୍‌ ଚଲାଇବା ପାଇଁ ଚାଲି ଯାଇଥିଲେ ପ୍ରମୋଦ। ଗତ ୨୩ ତାରିଖରେ ପ୍ରମୋଦ ମଧ୍ୟପୁର ଗାଁକୁ ଆସିଥିଲେ। ସେହି ସମୟରେ ସେ ମୀନାଙ୍କ ପ୍ରେମ କାହାଣୀ ଜାଣିବାକୁ ପାଇଥିଲେ। ବିଳମ୍ବିତ ରାତିରେ ମୀନା ଶୋଇଥିଲେ। ଠିକ୍‌ ସେହି ସମୟରେ ପ୍ରମୋଦ ଏକ ସାଲ୍‌ରେ ମୀନାର ବେକରେ ଗୋଡ଼ାଇ ଚିପି ହତ୍ୟା କରି ଦେଇଥିଲେ! ତା’ପରେ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ। ମୀନାଙ୍କ ମୃତଦେହକୁ ଗାଁଠାରୁ ୫୦ ମିଟର ଦୂରରେ ଥିବା ଏକ ଖେଳ ପଡ଼ିଆରେ ଗାତ ଖୋଳି ପୋତି ଦେଇଥିଲେ। ଏଥିରେ ସହଯୋଗ କରିଥିଲେ ପ୍ରମୋଦଙ୍କ ବାପା କେଶବ କିସାନ, ଘର ମାଲିକ ଗୁରୁଚରଣ ପ୍ରଧାନ ଓ ତାଙ୍କ(ଘର ମାଲିକ)ଙ୍କ ପୁଅ ଏବଂ ପ୍ରଦୀପ ପ୍ରଧାନ। ଗତ ଶୁକ୍ରବାର ଅପରାହ୍ନରେ ମହିଳାଙ୍କ ଗଳିତ ଶବ ଠାବ ହୋଇଥିଲା। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ମାଟି ଖୋଳି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସାଇଣ୍ଟିଫିକ୍‌ ଟିମ୍ ଓ ପୁଲିସ ତଦନ୍ତ ଚଳାଇଥିବା ବେଳେ ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଆଖପାଖ ଥାନାକୁ ଖବର ଦିଆଯାଇଥିଲା। ଏ ସମ୍ପର୍କରେ ଜାଣିପାରି ମୀନାଙ୍କ ମାଆ ଥାନାରେ ପହଞ୍ଚି ଥିଲେ। ଆଉ ମୃତଦେହ ଚିହ୍ନଟ କରିଥିଲେ। ଏହା ପରେ ପୁଲିସ୍‌ର ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିଥିଲା। ପୁଲିସ୍‌ ପ୍ରଥମେ ପ୍ରେମିକ ପ୍ରମୋଦକୁ ଉଠାଇ ଜେରା କରିଥିଲା। ତା’ପରେ ତାଙ୍କ ବାପା ଓ ଘର ମାଲିକ ଗୁରୁଚରଣ ପ୍ରଧାନ ଓ ତାଙ୍କ(ଘର ମାଲିକ)ଙ୍କ ପୁଅ ଏବଂ ପ୍ରଦୀପ ପ୍ରଧାନ ଗିରଫ କରିଥିଲା। ମୀନା ହତ୍ୟା ମାମଲାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଦେବଗଡ଼ ଏସ୍‌ପି ରାମପ୍ରସାଦ ସାହୁ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!