ଧର୍ମଗଡ, (ବାଘୁଆବାର୍ତ୍ତା): ଗୁଣିଗାରେଡି ସନ୍ଦେହରେ ହତ୍ୟା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ l କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅନ୍ତର୍ଗତ ଟେମରି ଗାଁର ଘଟଣା । ମୃତକ ହେଲେ ଟେମରି ଗାଁର ସଦାନନ୍ଦ ଭୋଇ l ଖବର ଅନୁଯାୟୀ, ଘରେ ପୂଜା କରିବାକୁ କହି ହେମନ୍ତ ବାଗ ଏବଂ ତା ସ୍ତ୍ରୀ ସଦାନନ୍ଦ ଭୋଇକୁ ନିଜ ଘରକୁ ଡାକି ନେଇଥିଲେ । ସେଠାରେ ଟାଙ୍ଗିଆରେ ହାଣି ସଦାନନ୍ଦ ଭୋଇକୁ ହତ୍ୟା କରିଥିବା ସନ୍ଦେହ l ତେବେ ହତ୍ୟାକାଣ୍ଡ ସଂପର୍କରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଏହାସହିତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଆଉ ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହାୟତା ମଧ୍ୟ ନେଇପାରେ । ପୋଲିସର ପ୍ରାଥମିକ ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।





