ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନିଜ ସମର୍ଥକଙ୍କ ସହ ବିଜେଡିକୁ ଫେରିଲେ ଯାଜପୁର ଜିଲ୍ଲା ରସୁଲପୁରର ନରେଶ ମହାନ୍ତି। ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ନରେଶ ମହାନ୍ତି ପୂର୍ବରୁ ବିଜେଡିରେ ଥିଲେ। ଆଜି ତାଙ୍କର ଘର ବାହୁଡା ହୋଇଛି। ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନିଜ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି ନରେଶ ମହାନ୍ତି। ସାଂସଦ ସସ୍ମିତ ପାତ୍ର ଓ ବିଧାୟକ ପ୍ରଣବ ବଳବନ୍ତରାୟ ନରେଶ ମହାନ୍ତି ଓ ତାଙ୍କ ଶତାଧିକ ସମର୍ଥକଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ୟ୍ୟ ରେ ଅନୁପ୍ରାଣିତ ହୋଇ ପୁଣିଥରେ ଘର ବାହୁଡ଼ା କରିଥିବା ନରେଶ କହିଛନ୍ତି । ପୂର୍ବରୁ ସେ ବିଜେଡିରେ ଥିଲେ । ପୂର୍ବରୁ ଯାଜପୁର ଜିଲ୍ଲା ବିଜେଡି ସଭାପତି ଓ ଯାଜପୁର ଜିଲ୍ଲା ପରିଷଦ ସଭାପତି ଥିଲେ । ତାଙ୍କୁ ବିଜେଡି ନିଲମ୍ବନ କରିବା ପରେ ସେ ବିଜେପି ପଳାଇଥିଲେ । ସେ କିଛି ଦିନ ତଳେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିବାକୁ ମନସ୍ତ କରିଥିଲେ । ଏହି ଅବସରରେ ସସ୍ମିତ କହିଛନ୍ତି ନରେଶ ଚନ୍ଦ୍ର ମହାନ୍ତି ଯାଜପୁରର ଜଣେ ବରିଷ୍ଠ ନେତା। ବିଜେଡି ପରିବାରର ପୁରୁଣା ସଦସ୍ୟ। ଆଜି ସେ ଓ ତାଙ୍କର ସମର୍ଥକ ବିଜେପିକୁ ପ୍ରତ୍ୟାଖ୍ୟାନ କରି ବିଜେଡିରେ ଯୋଗ ଦେଇଛନ୍ତି। ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିକୁ ଆସିଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭଲ ପାଇବାର ଏମାନଙ୍କ ମିଶ୍ରଣ ଏକ ଉଦାହରଣ। ଅନ୍ୟପଟେ ପ୍ରଣବ ବଳବନ୍ତରାୟ କହିଛନ୍ତି ଯେ ନରେଶ ମହାନ୍ତି ବିଜେଡି ପରିବାର ସହ ସାମିଲ ହୋଇଛନ୍ତି। ଯାଜପୁର ବିଜେଡିର ଗଡ। ଏବେ ଆହୁରି ବିଜେଡି ଆହୁରି ସଂଗଠିତ ଓ ମଜବୁତ ହେବ। ଏହି ଅବସରରେ ନରେଶ ମହାନ୍ତି କହିଛନ୍ତି ଯେ ମିଶ୍ରଣ ନୁହେଁ ଏହା ମୋ ପାଇଁ ଘର ବାହୁଡା଼। ସମସ୍ତେ କଂଗ୍ରେସରୁ ୧୯୮୪ ମସିହାରେ ଜନତା ଦଳକୁ ଆସିଥିଲେ। ହେଲେ ପୂର୍ବତନ ବିଧାୟକ ସ୍ବର୍ଗତ କଳ୍ପତରୁ ଦାସଙ୍କ ସହ ବିଜେଡିରେ ଥିଲେ। ଅଭିମାନ ହୋଇ ବିଜେପି ଯାଇଥିବା ସେ କହିଥିଲେ। ଆତ୍ମା ସବୁବେଳେ ବିଜେଡିରେ ଥିଲା। ମିଳିମିଶି ଆଗକୁ ନିର୍ବାଚନରେ ବିଜେଡି ବିଜୟ ପାଇଁ କାମ କରିବାକୁ ସେ କହିଛନ୍ତି।






