Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଭରପୂର ସୁଯୋଗ ରହିଛି : ମନ୍ତ୍ରୀ ଡ. ସାହୁ

ଆପିକଲ୍‌ ମାଧ୍ୟମରେ ପ୍ରତି ବ୍ଲକ୍‌ରେ କୃଷି ଉଦ୍ୟୋଗୀ ସୃଷ୍ଟି ନିମନ୍ତେ ମନ୍ତ୍ରୀଙ୍କ ନିର୍ଦ୍ଦେଶ

by Sanjay Swain
August 6, 2020
in Breaking, State
ନୟାଗଡ଼ରେ ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ
245
VIEWS
Share on FacebookShare on Twitter

ଭୁବନେଶ୍ୱର, ୬ ଅଗଷ୍ଟ, ୨୦୨୦
ଓଡ଼ିଶାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଭରପୂର ସୁଯୋଗ ରହିଛି । ଯୁବ ଉଦ୍ୟୋଗୀମାନେ ସଂପ୍ରତି କୃଷି କ୍ଷେତ୍ରରେ ପ୍ରକଳ୍ପ ପ୍ରତିଷ୍ଠା କରିବା ଦିଗରେ ଆଗ୍ରହ ପ୍ରକାଶ କରୁଥିବାରୁ ଆପିକଲ୍‌ ମାଧ୍ୟମରେ ପ୍ରତି ବ୍ଲକ୍‌ରେ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଆୟୋଜିତ ଭର୍ଚୁଆଲ୍‌ ବୈଠକରେ ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ଲିଃ (ଆପିକଲ) ଓ ‘ଓଡ଼ିଶା କୃଷି ଶିଳ୍ପ ନିଗମ’ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଆପିକଲରେ ପ୍ରତି ଜିଲ୍ଲାରେ ଦାୟିତ୍ୱରେ ଥିବା ଡିଷ୍ଟ୍ରିକଫ ମ୍ୟାନେଜରମାନେ ଅଧିକ କି୍ରୟାଶୀଳ ହୋଇ ସେମାନଙ୍କ ଜିଲ୍ଲାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ରହିଥିବା ସୁଯୋଗ ଓ ସୁବିଧା ସଂପର୍କରେ ତର୍ଜମା କରିବା ଆବଶ୍ୟକ । କୋଭିଡ୍‌-୧୯ ପରି ଏକ ଅସ୍ୱାଭାବିକ ସ୍ଥିତି ଦେଇ ସାରା ବିଶ୍ୱ ଗତି କରୁଥିବାବେଳେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଖାଦ୍ୟ ନିରାପତ୍ତା ସହିତ ରୋଜଗାର ଯୋଗାଣରେ ଏକ ଉତ୍ତମ ବିକଳ୍ପ ଭାବରେ ଉଭା ହୋଇଥିବାରୁ ଯୁବଗୋଷ୍ଠୀମାନଙ୍କୁ ଏଥି ପ୍ରତି ଆଗ୍ରହୀ କରାଇବା ଦିଗରେ ଜନସଚେତନତା ସୃଷ୍ଟି ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’କୁ ଅଧିକ ଲୋକପି୍ରୟ କରାଇବା ଦିଗରେ ଏହାର ପ୍ରଚାରପ୍ରସାର ଦିଗରେ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ କହିଥିଲେ । କୃଷି ଓ ଉଦ୍ୟାନ କୃଷି ସମେତ ମତ୍ସ୍ୟ ଓ ପ୍ରାଣୀପାଳନ, କୁକୁଡ଼ା ଚାଷ, ଡାଏରୀ ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ ସୃଷ୍ଟି ଦିଗରେ ଜିଲ୍ଲାସ୍ତରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଆଦି ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ନିୟମିତ ବୈଠକ କରିବା ଦିଗରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ
କରିଥିଲେ । ଏଥି ସହିତ ଉଦ୍ୟୋଗୀମାନେ ଯେପରି ସହଜରେ ବ୍ୟାଙ୍କ ଋଣ ପାଇପାରିବେ ସେଥି ନିମନ୍ତେ ବାଣିଜି୍ୟକ ବ୍ୟାଙ୍କମାନଙ୍କ ସହିତ ସମନ୍ୱୟ ରକ୍ଷା କରିବା ପାଇଁ ମନ୍ତ୍ରୀ କହିଥିଲେ । ବୈଠକରେ କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଯେଉଁସବୁ ଯୋଜନା ପ୍ରଣୟନ କରିଛନ୍ତି ତାହା ଚାଷୀମାନଙ୍କ ନିକଟରେ ଯେପରି ସହଜରେ ପହଞ୍ଚିପାରିବ ସେ ଦିଗରେ ସଂପୃକ୍ତ ଅଧିକାରୀମାନେ ପଦକ୍ଷେପ ନେବା ପାଇଁ କହିଥିଲେ ।
ଏଥି ସହିତ ବୈଠକରେ ଓଡ଼ିଶା କୃଷି ଶିଳ୍ପ ନିଗମ ପକ୍ଷରୁ ସାର, କୀଟନାଶକ ଔଷଧ ଯୋଗାଣ ସମେତ ବିଭିନ୍ନ କୃଷି ଉପକରଣ ଯୋଗାଣ ଏବଂ ଜଳନିଧି (୨) ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିବାବେଳେ କୋଭିଡ୍‌-୧୯ ସ୍ଥିତିରେ ଜିଲ୍ଲା ଦାୟିତ୍ୱରେ ଥିବା ଅଧିକାରୀମାନେ ସେମାନଙ୍କର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଆପିକଲ୍‌ର ଅଧ୍ୟକ୍ଷ ଶ୍ରୀ ପ୍ରଭାଦିତ୍ୟ ମିଶ୍ର, ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଆପିକଲର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଭାତ କୁମାର ରାଉଳ, ଓଡ଼ିଶା କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଦାନନ୍ଦ ନାୟକଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲା ମ୍ୟାନେଜରମାନେ ଯୋଗଦେଇଥିଲେ ।
ତାପସ କୁମାର ସାହା
ସୂଚନା ଅଧିକାରୀ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!