Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେଡି ୧୨୦ ବିଧାନସଭା ଓ ୧୭ ଲୋକସଭା ସିଟ୍ ଜିତିବ: ସସ୍ମିତ ପାତ୍ର

by ସଞ୍ଜୟ ସ୍ୱାଇଁ
March 2, 2024
in Politics, State
ଚାଷୀଙ୍କୁ ନେଇ ରାଜନୀତି ନକରୁ ବିଜେପି : ସସ୍ମିତ
112
VIEWS
Share on FacebookShare on Twitter

ଦଳ ଛାଡୁଥିବା ନେତାଙ୍କ ଭବିଷ୍ୟତ ନାହିଁ, ମେଣ୍ଟ ଏକ ଗୁଜବ

ଭୁବନେଶ୍ଵର, (ବାଘୁଆବାର୍ତ୍ତା): ନିର୍ବାଚନ ଯେତିକି ପାଖଉଛି ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ମେଣ୍ଟ ଚର୍ଚ୍ଚାକୁ ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ରାଜ୍ୟ ବିଜେପି ସଭାପତି ଖଣ୍ଡନ କରିବା ପରେ ବିଜେଡି ମଧ୍ୟ ଏମିତି ଚର୍ଚ୍ଚାକୁ ଅମୂଳକ କହିଛି। ବିଜେପି ସହ ମେଣ୍ଟ ଚର୍ଚ୍ଚାକୁ ଗୁଜବ ବୋଲି କହିଛି ବିଜୁ ଜନତା ଦଳ। ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ୧୨୦ ବିଧାନସଭା ଓ ୧୭ ଲୋକସଭା ସିଟ୍ ଜିତିବ । ମେଣ୍ଟ ନେଇ ବିଜେପି ଗଣମାଧ୍ୟମରେ ପ୍ରଚାର କରୁଛି। ବିଜେଡି ଛାଡୁଥିବା ନେତାଙ୍କୁ ବିଜେପି ପାଛୋଟି ନେଉଛି। ଆମ ଦଳ ଛାଡିଥିବା ନେତାଙ୍କର ଆଉ କିଛି ଭବିଷ୍ୟତ ନାହିଁ। ଅରବିନ୍ଦ ଢ଼ାଲିଙ୍କୁ ଚଳିତ ଥର ଟିକେଟ ଦିଆଯିବ ନାହିଁ ବୋଲି କୁହା ଯାଇଥିଲା। ଯେଉଁ ମାନେ ଦଳ ଛାଡିଛନ୍ତି ତାଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି କୁହାଯାଇଛି। ତେଣୁ ସେମାନେ ଦଳ ଛାଡ଼ୁଛନ୍ତି ଆଉ ବିଜେପି ସେମାନଙ୍କୁ ପାଛୋଟି ନେଉଛି ବୋଲି ସସ୍ମିତ ପାତ୍ର କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ବିଜେଡି ଓ ବିଜେପି ମେଣ୍ଟ ହେବାର ପ୍ରଶ୍ନ ଉଠୁ ନାହିଁ। ଏହା କେବଳ ଗୁଜବ ମାତ୍ର। ସୂଚନାଯୋଗ୍ୟ, ବିଜେପି ମଧ୍ୟ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଛି। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଆଜି କହିଛନ୍ତି, ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବାର ପ୍ରଶ୍ନ ଉଠୁନି। ଏ ବିଷୟରେ କୌଣସି ଆଲୋଚନା ହୋଇନି। ଦଳ ଏକାକୀ ନିର୍ବାଚନ ଲଢିବ ଏବଂ ବିଧାନସଭାରେ ୮୦ ଓ ଲୋକସଭାରେ ୧୭ ଆସନ ଜିତିବ। ସେହିପରି ଗତକାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ବିଜେଡି ସହ କୌଣସି ମେଣ୍ଟ ହେଉ ନ ଥିବା କହିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!