Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲିସ ଗାଡ଼ି ଉପରକୁ ବୋମାମାଡ, ଜଣେ ଗିରଫ

by ସଞ୍ଜୟ ସ୍ୱାଇଁ
March 2, 2024
in Crime, State
ପୋଲିସ ଗାଡ଼ି ଉପରକୁ ବୋମାମାଡ, ଜଣେ ଗିରଫ
59
VIEWS
Share on FacebookShare on Twitter

ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂଆଁ ଫାସୁଳା ଗ୍ରାମରେ ଉଗ୍ରରୂପ ନେଲା ପାରିବାରିକ କଳହ । ଝଗଡାରୁ ପୋଲିସ ଗାଡ଼ି ଉପରକୁ ବୋମାମାଡ । ଏହି ଘଟଣାରେ ପୋଲିସ ୫ ଅଫୁଟା ବୋମା ଉଦ୍ଧାର କରିବା ସହ ପୋଲିସ ଜି. ଜୟ ରାଉଳଙ୍କୁ ଗିରଫ କରିଛି । ତେବେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ନୂଆଁ ଫାସୁଳା ଗ୍ରାମର ଜି. ଜୟ ରାଉଳଙ୍କ ଘରେ ଭାଇ ଭଉଣୀଙ୍କ ମଧ୍ୟରେ ନିୟମିତ ଝଗଡା ଲାଗେ । ତେବେ ଝଗଡା ଉଗ୍ର ରୂପ ନେଇଥିଲା । ଯାହାକୁ ନେଇ ଭାଇ କାଳିଆ ରାଉଳ ଭଉଣୀକୁ ନିର୍ଦ୍ଧୁମ ମାଡ଼ ମାରିଥିଲା । ଏହା ଦେଖି ଭଉଣୀ ଘର ସହାୟତା ପାଇଁ ୧୧୨କୁ ମୋବାଇଲ ଫୋନରେ କଲ କରିଥିଲେ । ଫୋନ୍ କଲରେ ଅଭିଯୋଗ ପାଇ ଖଲ୍ଲିକୋଟ ପୋଲିସ ଟିମ ନୂଆଁ ଫାସୁଳା ଗ୍ରାମରେ ତୁରନ୍ତ ପହଞ୍ଚି ଥିଲେ । ତେବେ ପୋଲିସ ଘର ସାମନାରେ ଗାଡ଼ି ରଖି ଅଭିଯୋଗ ସମ୍ପର୍କରେ ପଚାରି ବୁଝିବା ବେଳେ ଅଭିଯୁକ୍ତ ଙ୍କ ପୁଅ କାଳିଆ ରାଉଳ ପୋଲିସ ଗାଡ଼ି କୁ ଲକ୍ଷ୍ୟ କରି ବୋମାମାଡ କରିଥିଲା । ଲଗାତାର ୪ ଟି ବୋମା ବିସ୍ଫୋରଣ ହେବାରୁ ଭୟଭୀତ ହୋଇ ପୋଲିସ ଟିମ୍ ସେଠାରୁ ପଳାଇ ଆସିଥିଲେ । ପରେ ଅନ୍ୟାନ୍ୟ ପୋଲିସ କର୍ମଚାରୀ ବମ ସ୍କ୍ୱାର୍ଡ ସହ ନୂଆଁ ଫାସୁଳା ଗ୍ରାମରେ ପହଞ୍ଚିଥିଲେ । ଜି. ଜୟ ରାଉଳଙ୍କ ଘର ଭିତରେ ଖୋଜାଖୋଜି କରିବା ପରେ ବାରିପଟୁ ୫ ଗୋଟି ଜୀବନ୍ତ ବୋମା ଉଦ୍ଧାର କରିଥିଲେ ଏବଂ ବେଆଇନ ବୋମା ଘରେ ରଖିଥିବାରୁ ପୋଲିସ ଜି. ଜୟ ରାଉଳଙ୍କୁ ଗିରଫ କରିଥିଲା | ଏହାସହ ଅନ୍ୟପଟେ ପୋଲିସ ଉପରକୁ ବୋମାମାଡ କରିଥିବା ଅଭିଯୁକ୍ତ ପୁଅ କାଳିଆ ରାଉଳ ଫେରାର ହୋଇ ଯାଇଥିବା ବେଳେ ତାକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି |

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!