ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ ମହିଳା । ଗତ କାଲି ରାତିରୁ ନିଖୋଜ ହୋଇ ପୋଖରୀ କୁଳ ଏକ ଗଛରେ ଝୁଲି ପଡିଲେ ମହିଳା । ସୁଚନାନୁସାରେ ଓଡ଼ଗାଁ ବ୍ଲକ ଶରଧାପୁର ପଞ୍ଚାୟତ ଗୁଣ୍ଠାସାହି ଗ୍ରାମର ସୁକାନ୍ତ କୁମାର ମାଝିଙ୍କ ପତ୍ନୀ ଉର୍ମିଳା ମାଝି ନୟାଗଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଗତ କାଲି ରାତିରୁ ସେ ନିଖୋଜ ହୋଇଥିବା ଜଣା ପଡିଥିଲା ।
ତାଙ୍କର କୌଣସି ପତା ମିଳିନଥିଲା । ତାଙ୍କ ପରିବାର ବହୁ ଖୋଜାଖୋଜି କରିଥିଲେ । ଆଜି ସକାଳୁ ସିନ୍ଦୁରିଆ ଓ ଦୁର୍ଗାପ୍ରସାଦ ଗହିର ମଝିରେ ଥିବା ଏକ ପୋଖରୀ କୁଳରେ ଉର୍ମିଳା ଝୁଲି ପଡିଥିବାର ଦେଖିବାକୁ ମିଳିଥିଲା । ଉର୍ମିଳାଙ୍କ ସ୍ୱାମୀ ଥାନାରେ ମାମଲା ରୁଜୁ କରିଛନ୍ତି । ନୟାଗଡ଼ ଟାଉନ ଥାନା ପକ୍ଷରୁ ତଦନ୍ତ ଯାରି ରହିଛି । କେଉଁ କାରଣରୁ ଉର୍ମିଳା ଝୁଲି ପଡିଲେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ପୁଲିସ ପକ୍ଷରୁ ପରିବାର ବର୍ଗଙ୍କୁ ଶବକୁ ଜବତ କରାଯାଇ ହସ୍ତାନ୍ତର କରାଯାଇଛି । ପୋଷ୍ଟମଟମ ରିପୋର୍ଟ ଆସିଲା ପରେ ଏହାର କାରଣ ଜଣା ପଡିବ ।





