ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା । ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା । ଗାଁ ଦାଣ୍ଡରେ ଯୁବକକୁ ହତ୍ୟା କରିଛି ମାରଣାସ୍ତ୍ର ଧରି ଥାନାରେ ପହଁଚିଛି ହତ୍ୟାକାରୀ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡ ଆଗୁଳ ଗାଁ ତଳ ସାହିରେ ଘଟିଛି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ । ବଡଆଗୁଳ ଗ୍ରାମ ତଳସାହିର ତ୍ରିଲୋଚନ ପ୍ରଧାନକୁ ସେହି ସାହିର କୈଳାସ ସ୍ୱାଇଁ ହତ୍ୟା କରିଥିବା ଜଣାଯାଇଛି । କୈଳାସର ପରିବାରକୁ ତ୍ରିଲୋଚନ ଗୁଣି କରିଥିବା ପୂର୍ବରୁ ସନ୍ଦେହ କରି ଗାଁ ଛାଡି କୈଳାସ ବ୍ରହ୍ମପୁରରେ ରହୁଥିବା ବେଳେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା । ସନ୍ଧ୍ୟାରେ କୈଳାସ ବ୍ରହ୍ମପୁରରୁ ଗାଁକୁ ଆସି ଥିବା ବେଳେ ସାହିର ଏକ ଦୋକାନ ରେ ତ୍ରିଲୋଚନ ବସିଥିବା ଦେଖି ଖଣ୍ଡାରେ ହାଣି ହତ୍ୟା କରି କବିସୂର୍ଯ୍ୟନଗର ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ଖବର ପାଇ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ କରୁଛି ।





