Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶା ବିଜେପି ଉପରେ ବର୍ଷିଲା ବିଜେଡି, ଜନ ବିରୋଧି ଲୋକଙ୍କୁ ଆପଣାଉଛି ବିଜେପି

by ସଞ୍ଜୟ ସ୍ୱାଇଁ
February 29, 2024
in Politics, State
ଓଡ଼ିଶା ବିଜେପି ଉପରେ ବର୍ଷିଲା ବିଜେଡି, ଜନ ବିରୋଧି ଲୋକଙ୍କୁ ଆପଣାଉଛି ବିଜେପି
114
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପ୍ରେସମିଟ୍ କରି ଓଡ଼ିଶା ବିଜେପି ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବଙ୍କ ଅପରାଧ ପାଇଁ ଲୋକ ଅତିଷ୍ଟ ଥିଲେ । ଜଣେ ଜନବିରୋଧି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଦଳରୁ ନିଲମ୍ବିତ କଲେ । ସେହି ଲୋକଙ୍କୁ ଆଜି ରାଜ୍ୟ ବିଜେପି ଆପଣେଇନେଉଛି । ଯେଉଁ ଲୋକ ଗାଡି ଚଢେଇ ଦେଉଛି, ଗୁଣ୍ଡାଗର୍ଦ୍ଦି କରୁଛି ସେହି ଲୋକଙ୍କୁ ରାଜ୍ୟ ବିଜେପି ଆପଣେଇନେଉଛି କେମିତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ପ୍ରଶାନ୍ତ ଜଗଦ୍ଦେବ୍ ଯେତେବେଳେ ମାତାଲ ଅବସ୍ଥାରେ ଗାଡି ଚଢାଇ ମାରିବାକୁ ଯାଉଥିଲେ ସେତେବେଳେ ଓଡ଼ିଶା ବିଜେପିର ନେତାମାନେ ଭାରି ଜୋରରେ ଗଳାଫଟାଇ ଚିତ୍କାର କରୁଥିଲେ । ଦିନେ ଯେଉଁମାନେ ଗଳାଫଟାଇ କହୁଥିଲେ ଏହି ଲୋକ ମାତାଲ, ଅପରାଧି କିନ୍ତୁ ଆଜି ସେହି ଦଳର ଉତ୍ତରୀୟ ପକାଇ କୋଳେଇ ନେବାପାଇଁ ସେହି ନେତାମାନେ ବ୍ୟାକୁଳ ହେଉଥିଲେ । କିନ୍ତୁ ଆଜି ରାଜ୍ୟ ବିଜେପିର ନେତାନେତ୍ରୀମାନେ କର୍ମୀଙ୍କୁ କଣ ଉତ୍ତରଦେବେ । ଆପଣ ଭାବନ୍ତୁ ବିଜୁ ଜନତା ଦଳ ବା ରାଜ୍ୟ ସରକାର ଅପରାଧିକ ମାମଲାକୁ ଗୁରୁତ୍ୱ ଦିଅନ୍ତି ତେଣୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ନିଲମ୍ବିତ କରିଥିଲେ । କିନ୍ତୁ ଓଡ଼ିଶା ବିଜେପି ଆଜି ହସି ହସି ସେହି ଜନବିରୋଧି ଲୋକଙ୍କୁ କେମିତି କୋଳେଇ ନେଲା ? ଯେଉଁ ମାନେ ଅପରାଧି ଜନ ବିରୋଧି ଯେଉଁ ମାନଙ୍କୁ ବିଜେଡି ବହିଷ୍କାର କରୁଛି ସେହି ଲୋକଙ୍କୁ ଆପଣେଇ ନେଉଛି ଓଡ଼ିଶା ବିଜେପି କିନ୍ତୁ କାହିଁକି ହଠାତ ଏମିତି ମତ ବଦଳିଲା ରାଜ୍ୟ ବିଜେପିର । ସବୁଠୁ ଅଧିକ ଚିନ୍ତିତଥିବେ ପୃଥିବୀରାଜ ହରିଚନ୍ଦନ କାରଣ ଅତି ଲଜ୍ୟାଜନକ ପରାସ୍ତ କରିଥିଲେ । ପ୍ରଶାନ୍ତ ଜଗଦ୍ଦେବ ଜେତେବେଳେ ଅପରାଧ ଘଟାଇଥିଲେ ସେତେବେଳେ ପୃଥିବୀରାଜ ଭାରି ଚିତ୍କାର କରୁଥିଲେର କିନ୍ତୁ ଆଜି ଚୁପ କାହିଁକି । ଓଡ଼ିଶା ବିଜେପି ନୂଆ ନେତା ସୃଷ୍ଟି କରିବାରେ ବିଫଳ ତେଣୁ ତଡାଖିଆ ନେତାଙ୍କୁ ନିଜ ଦଳରେ ସାମିଲ କରୁଛି । ଏ ଯେଉଁ ଡବଲ ଷ୍ଟାଣ୍ଡାଡ କଥାବାର୍ତ୍ତା ଏବେ ସାମ୍ନାକୁ ଆସିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!