ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ମଗରବନ୍ଧ ପଂଚାୟତ ମଗରବନ୍ଧ ଗ୍ରାମକୁ ଜିଲ୍ଲାପାଳ ଡ. ପୋମା ଟୁଡୁ କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି । ଏହି ଗ୍ରାମକୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ କଣ୍ଟେନ୍ମେଣ୍ଟ କରାଯାଇଥିବା ଜଣାଯାଇଛି । ସେହିଭଳି ଭାବେ ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ପଂଚାୟତକୁ ଜିଲ୍ଲାପାଳ କଣ୍ଟେ୍ମେଣ୍ଟ ଘୋଷଣା କରିଛନ୍ତି । ଜିଲ୍ଲାରେ କରୋନା ମହାମାରୀ ଏହାର ଭୟାବହତା ଦେଖାଇ ଚାଲିଥିବା ବେଳେ ଦିନକୁ ଦିନ କଣ୍ଟେନ୍ମେଣ୍ଟ ଅଂଚଳ ସଂଖ୍ୟା ବୃଦ୍ଧି ପାଉଛି ।






