ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଧାପୁର ପଂଚାୟତ ଆମରାପୁର ଗ୍ରାମକୁ ଜିଲ୍ଲାପାଳ ଡ. ପୋମା ଟୁଡୁ କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି । ଏହି ଗ୍ରାମକୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ କଣ୍ଟେନ୍ମେଣ୍ଟ କରାଯାଇଥିବା ଜଣାଯାଇଛି । ଅନ୍ୟପକ୍ଷେ, ଓଡ଼ଗାଁ ବ୍ଲକର ୩୦ରୁ ଉର୍ଦ୍ଧ୍ୱ ଗ୍ରାମ ଏବେ କଣ୍ଟେନ୍ମେଣ୍ଟ ଜୋନ୍ରେ ରହିଥିବା ବେଳେ ବଫର ଜୋନ୍ରେ ଅନେକ ଗ୍ରାମ ରହିଛି । ଏହି ଅଂଚଳରେ କରୋନା ଆକ୍ରାନ୍ତ ସଂଖ୍ୟା ୨ ଶହରୁ ଉର୍ଦ୍ଧ୍ୱ ରହିଥିବା ବେଳେ ଏହା ଧିରେ ଧିରେ ଗୋଷ୍ଠୀ ସଂକ୍ରମଣ ଦିଗରେ ଆଗେଇ ଚାଲିଛି ।





