ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତର କଞ୍ଚନବିଲି ଠାରେ ବାବା ବାଲୁଙ୍କେଶ୍ବର କ୍ରିକେଟ କ୍ଳବ ଦ୍ବାରା ଆୟୋଜିତ କ୍ରିକେଟ ମ୍ୟାଚର ଫାଇନାଲ ଖେଳରେ ନୟାଗଡ଼ ସନରାଇଜକୁ ହରାଇ ଇଟାମାଟି କ୍ରିକେଟ ଟିମ୍ ଚମ୍ପିୟାନ ହେବା ସହ ଟ୍ରଫି ହାସଲ କରିଛି। ଫ୍ଳଡ୍ ଲାଇଟରେ ରାତିସାରା ଖେଳ ଚାଲିଥିବା ବେଳେ ଏହି ମ୍ୟାଚରେ ସର୍ବମୋଟ ୮ ଟି ଟିମ୍ ଭାଗ ନେଇଥିଲେ। ନୟାଗଡ଼ ସନରାଇଜ, ଇଟାମାଟି, ରଙ୍କ ଦେଉଳି, ସିନ୍ଦୁରିଆ, କଞ୍ଚନବେଲି, ଲେଙ୍କୁଢିପଡା, ଶିଖରପୁର, 786 ସିନ୍ଦୁରିଆ ଭାଗ ନେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ରେ ସର୍ବମୋଟ ୪ ଟି ଲିଗ୍ ମ୍ୟାଚ, ୨ଟି ସେମି ଫାଇନାଲ ମ୍ଯାଚ ଖେଳା ଯିବା ପରେ ଶେଷରେ ଫାଇନାଲ ମ୍ୟାଚ ପୋୖରପରିଷଦ ନୟାଗଡ଼ ଏବଂ ଇଟାମାଟି ସହ ମୁକାବଲା ହୋଇ ଥିଲା। ଶେଷରେ ଫାଇନାଲରେ ଇଟାମାଟିର ସୁରଙ୍କ ଧୂଆଁ ଧାର୍ ବ୍ୟାଟିଂ ସହ ୭୫ ରନ୍ କରି ନୟାଗଡ଼ ଟିମ୍ କୁ ୭୬ ରନର ଲକ୍ଷ ଦେଇଥିଲା.।କିନ୍ତୁ ନୟାଗଡ଼ ମାତ୍ର ୩୫ ରନ୍ କରି ଅଲଆଉଟ୍ ହୋଇଥିଲା. ଶେଷରେ ଫାଇନାଲ ଟ୍ରଫି ଇଟାମାଟି ହାସଲ କରିବା ସହ ୧୧ ହଜାର ଟଙ୍କା ସହ ଟ୍ରଫି ଜିତି ଥିଲା ଏବଂ ନୟାଗଡ଼ ଟିମ୍ ରନର୍ ଅପ୍ ହୋଇ ୭ ହଜାର ଟଙ୍କା ସହ ଟ୍ରଫି ହାସଲ କରିଥିଲା। ଏହା ସହ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ କରିଥବା ଇଟାମାଟିର ସୁରଙ୍କୁ ମ୍ୟାନ ଅଫ ଦି ସିରିଜ୍ ବିବେଚିତ କରି ୫୦୦ ଟଙ୍କା ସହ ଟ୍ରଫି ଓ ନୟାଗଡ଼ ଟିମ୍ ର ଗଣେଶଙ୍କୁ ସ୍ପେଶାଲ ପ୍ଲେୟାର ଟ୍ରଫି ପ୍ରଦାନ କରାଯାଇଥିଲା। ଅତିଥି ଭାବେ ସରପଂଚ ସଞ୍ଜୁବାଳା ବିଶ୍ବାଳ ଓ ଗ୍ରାମ ସଭାପତି ବନମାଳୀ ମହାନ୍ତି ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ।






