ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଗୁଆ ଟିକେଟ ଘୋଷଣା ପାଇଁ ଦଳ ପକ୍ଷରୁ ଆରମ୍ଭ ହୋଇଛି କସରତ । ଦଳର ବରିଷ୍ଠ ବିଧାୟକ କହିଲେ ବିଜେଡି ପୂର୍ବରୁ ଟିକେଟ ଘୋଷଣାରେ ବିଳମ୍ବ କରୁଥିଲା । କିନ୍ତୁ ଏବେ ଖୁବଶୀଘ୍ର ଟିକେଟ୍ ଘୋଷଣା କରାଯାଇପାରେ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ନୃସିଂହ ସାହୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡିରେ ପୂର୍ବରୁ ଟିକେଟ ଘୋଷଣା ବିଳମ୍ବରେ କରାଯାଏ । ଏଥର ଆଗୁଆ ଟିକେଟ ଘୋଷଣା କରାଯିବ ବୋଲି ଆଶା କରାଯାଉଛି । ମେଣ୍ଟକୁ ନେଇ ବିଭିନ୍ନ ଲୋକେ ବିଭିନ୍ନ କଥା କହୁଛନ୍ତି । ମୋର ଯେତିକି ଧାରଣା ଅଛି। ଆଗାମୀ ନିର୍ବାଚନରେ କୌଣସି ମେଣ୍ଟ ହେବାର ସମ୍ଭାବନା ନାହିଁ । ବିଜେଡି ସେପାରେଟ ଲଢ଼ିବ । ଆଉ ବହୁତ ସଂଖ୍ୟାରେ ମଧ୍ୟ ଜିତିବ। ତେଣୁ ମେଣ୍ଟର କିଛି ଆବଶ୍ୟକତା ନାହିଁ । ସୂଚନାଯୋଗ୍ୟ ଯେ, ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏବଂ ବିଜେପି ଆଗୁଆ ପ୍ରାର୍ଥୀପତ୍ରଙ୍କ ନାଁ ଘୋଷଣା କରିବାକୁ କହିଥିଲେ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି ବୋଲି କହିଥିଲେ ଉଭୟ ପାର୍ଟି ।






