କଣାସ, (ବାଘୁଆବାର୍ତ୍ତା): କରଜ ଟଙ୍କାଙ୍କୁ ନେଇ ନିର୍ମମ ହତ୍ୟା । ହତ୍ୟା ପରେ ମୃତଦେହ ଲୁଚାଇବାକୁ ଯାଇ ଡେଲାଙ୍ଗ ଖଣି ତଳେ ଫିଙ୍ଗିଦେଲେ ମିଳିମିଶି । ଏଭଳି ଏକ ନିର୍ମମ ହତ୍ୟା ଘଟଣାର ଡେଲାଙ୍ଗ ପୋଲିସ ଗୁମର ଖୋଲିଛି । ହତ୍ୟାରେ ସମ୍ପୃକ୍ତ ଥିବା ସମସ୍ତ ଅପରାଧୀଙ୍କୁ ଧରିଛି ପୋଲିସ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଟଙ୍କା ପାଇଁ ହତ୍ୟା ହୋଇଥିବା ଜଣାପଡିଛି । ଜଟଣୀରେ ହତ୍ୟା ଡେଲାଙ୍ଗରେ ରଫାଦଫା କରିଥିଲେ ଅପରାଧୀ । ଜଟଣୀରୁ ଡେଲାଙ୍ଗ ମାଧ୍ୟମ ଥିଲା ସ୍କୁଟି । ଡେଲାଙ୍ଗ ମାନପୁର ସ୍ଥିତ ପଥରଖାଲରୁ ଡେଲାଙ୍ଗ ପୋଲିସ ଉଦ୍ଧାର କରିଥିଲା ଗଳିତ ମୃତଦେହ । ମୃତଦେହ ଚିହ୍ନଟ ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । କରଜ ଟଙ୍କା ପାଇଁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜଣାପଡିଛି । ସମ୍ପୃକ୍ତ ହତ୍ୟା ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।





