ଭଦ୍ରକ, (ବାଘୁଆବାର୍ତ୍ତା): ପୋଲିସ ରେଡ଼ ପୂର୍ବରୁ ଖସିଗଲେ ସମସ୍ତେ । ତାଲା ଭାଙ୍ଗିବା ପରେ ମିଳିଲା ବିଛଣା ସହ ଟାଵଲେଟ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ । ଭଦ୍ରକ ସହରର ବନ୍ତ ଛକ ନିକଟରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ବନ୍ତ ଛକ ନିକଟରେ ଏକ ଘରେ ସେକ୍ସ ରାକେଟ ଚାଲୁଥିବା ନେଇ ପୋଲିସକୁ ଖବର ମିଳିଥିଲା । ଭଦ୍ରକ ଟାଉନ ପୋଲିସ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଘର ବାହାର ପଟୁ ତାଲା ପଡିଥିଲା ।
ତେବେ ସ୍ଥାନୀୟ ଲୋକେ କହିଥିଲେ ଯେ ଏହି ସ୍ଥାନରୁ କିଛି ଯୁବକ- ଯୁବତୀ କିଛି ସମୟ ପୂର୍ବରୁ ପଳାଇଥିଲେ । ତେବେ ଘରର ମାଲିକ ବାହାରେ ରହିଥିବାରୁ ଘର ଭଡା ଦିଆଯାଇଥିଲା । ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରର ତାଲା ଭଙ୍ଗା ଯାଇଥିଲା । ଏହାପରେ ଘର ସର୍ଚ୍ଚ ବେଳେ ବିଛଣା, ଟାଵଲେଟ ଓ ଅନ୍ୟ କିଛି ଆପତ୍ତିଜନକ ସାମଗ୍ରୀ ପୋଲିସକୁ ମିଳିଛି । ସେପଟେ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ପୋଲିସ । ଘର ମାଲିକ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା କରୁଛି ପୋଲିସ ।





