ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରର ୧୨ ନଂ ୱାର୍ଡ଼ରେ ଗତକାଲି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଏହି ଅଂଚଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି । ପ୍ରଶାସନର ତରଫରୁ ପ୍ରତିକାର ସ୍ୱରୁପ ନୟାଗଡ଼ ପୈାରାଞ୍ଚଳ ୧୨ ନଂ ୱାର୍ଡ଼କୁ କଣ୍ଟେନ୍ମେଣ୍ଟ ଘୋଷଣା କରାଯାଇଛି । ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନିର୍ଦ୍ଦେଶରେ ୧୨ ନଂ ୱାର୍ଡ଼ର ରାଜାବଗିଚା, ଲକ୍ଷ୍ମୀବଜାର ଗଳି, ସିଦ୍ଧେଶ୍ୱର କଲ୍ୟାଣ ମଣ୍ଡପ ଲେନ୍, ସିଂଘ ଗଳିକୁ କଣ୍ଟେନ୍ମେଣ୍ଟ ଘୋଷଣା କରାଯାଇଛି । ଏଥିସହିତ ଏହି ଅଂଚଳ ପାଇଁ ନୋଡାଲ ଅଫିସର୍ ଭାବେ କୈଳାସ ଚନ୍ଦ୍ର ଜେନାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ତାଙ୍କୁ ସହଯୋଗ କରିବା ପାଇଁ କୈଳାସ ଚନ୍ଦ୍ର ପରିଡ଼ା ଏବଂ ବିବେକାନନ୍ଦ ପ୍ରଧାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଅନ୍ୟପକ୍ଷେ, ଆଜି ନିର୍ଦ୍ଦେଶ ପାଇବା ପରେ ପୈାର କର୍ମଚାରୀମାନେ ଏହି ଅଂଚଳକୁ ନାକାବନ୍ଦୀ କରିଥିବା ବେଳେ ଏହା ଉପରେ ସ୍ୱତନ୍ତ୍ର ନଜର ରଖିବା ପାଇଁ ପୁଲିସକୁ ଦାୟିତ୍ୱ ଦିଆଯାଇଛି ।





