ବଲାଙ୍ଗୀର, (ବାଘୁଆବାର୍ତ୍ତା): ନିଆରା ଢ଼ଙ୍ଗରେ ଚୋରି। ପ୍ରଥମେ ମୋବାଇଲ ଚୋରି କଲେ ପରେ ଗ୍ରାହକ ସେବାକେନ୍ଦ୍ରକୁ ଯାଇ ଅତି ଚତୁରତାର ସହ ଫୋନ ପେରେ ସ୍କାନ କରି ହଡପ କରିଦେଲେ ୨୨ ହଜାର ଟଙ୍କା। ବଲାଙ୍ଗୀର ସହରରେ ଏଭଳି ଘଟଣା ଘଟିଛି । ଖବର ଅନୁଯାୟୀ, ବଲାଙ୍ଗୀର ସହର କବାଟପଡାର ସତ୍ୟନାରାୟଣ ଚନ୍ଦ ଶୁକ୍ରବାର ଦିନ ଯାଇଥିଲେ ମାର୍କେଟିଂ ପାଇଁ ଯାଇଥିଲେ । ସେଠାରେ ମୋବାଇଲ ଚୋରି ହୋଇଯାଇଥିଲା । ପରେ ଏନେଇ ଖୋଜାଖୋଜି କରିବା ପରେ ମୋବାଇଲ ମିଳିନଥିଲା। ଏହା ପରେ ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇବା ପାଇଁ ଆସିଥିଲେ । ବ୍ୟାଙ୍କ ଷ୍ଟେଟମେଣ୍ଟରେ ଆକାଉଣ୍ଟରୁ ଟଙ୍କା ଉଠାଣ ହୋଇଥିବା ଜଣାପଡିଥିଲା । ତେବେ ଗ୍ରାହକ ସେବା କେନ୍ଦ୍ରରେ ଫୋନ ପେରେ ସ୍କାନ କରି ଟଙ୍କା ଉଠାଯାଇଥିବା ଜଣାପଡିଥିଲା । ସେଠାରେ ସିସିଟିଭି ଯାଞ୍ଚ ପରେ ଟଙ୍କା ଉଠାଇଥିବାର ଦୃଶ୍ୟ କଏଦ ହୋଇଛି । ଟାଉନ ଥାନାରେ ଲୁଟ ଶିକାର ହୋଇଥିବା ବ୍ୟକ୍ତି ଏତଲା ଦେଇଛନ୍ତି। ଏନେଇ ପୋଲିସ ଛାନଭିନ ଆରମ୍ଭ କରିଛି ।





