Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଅଁଳ ବୟସରେ ପଡ଼ିଥିଲେ ପ୍ରେମରେ, ଉଭୟେ ଝୁଲି ପଡିଲେ

by ସଞ୍ଜୟ ସ୍ୱାଇଁ
February 23, 2024
in Crime, State
କଅଁଳ ବୟସରେ ପଡ଼ିଥିଲେ ପ୍ରେମରେ, ଉଭୟେ ଝୁଲି ପଡିଲେ
148
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ଝିଅକୁ ୧୬, ପୁଅକୁ ୧୭। କଅଁଳ ବୟସରେ ପଡ଼ିଥିଲେ ପ୍ରେମରେ। ଉଡ଼ି ବୁଲୁଥିଲେ ପରି ରାଇଜରେ। ବାହା ହେବା ପାଇଁ ଦେଖୁଥିଲେ କେତେ ସପନ। ହେଲେ ହଠାତ୍ କ’ଣ ହେଲା, ନେଲେ ଚରମ ନିଷ୍ପତ୍ତି? ସାଥୀ ହୋଇ ଜୀଇଁବାର ଶପଥ ନେଇଥିବା ପ୍ରେମୀ ଯୁଗଳ ଗାଁ ମୁଣ୍ଡ ତେନ୍ତୁଳି ଗଛରେ ଝୁଲି ପଡ଼ିଲେ! ଏପରି ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ ଘଟିଛି। ଝରିଗାଁ ଥାନା ଚକଲାପଦର ପଞ୍ଚାୟତର କୁନା(ଛଦ୍ମନାମ)ଙ୍କୁ ହୋଇଛି ୧୭ ବର୍ଷ। ସେ ଗାଁରେ କାମଦାମ କରନ୍ତି। ହେଲେ ସେ ତାଙ୍କ ଭାଉଜଙ୍କ ସାନ ଭଉଣୀଙ୍କ ପ୍ରେମରେ ପଡ଼ିଥିଲେ। ତାଙ୍କ ପ୍ରେମିକାଙ୍କ ବୟସ ୧୬ ବର୍ଷ। ପ୍ରେମରେ ପଡ଼ିବା ପରେ ଉଭୟ ନୂଆ ଦୁନିଆରେ ଘୂରି ବୁଲୁଥିଲେ। ସୟନେ ସପନେ ଦେଖୁଥିଲେ କେତେ ସପନ। ଦୀର୍ଘ ବର୍ଷେ ଧରି ଉଭୟ ପରସ୍ପରକୁ ଲୁଚାଛପା ପ୍ରେମ କରୁଥିଲେ। ସବୁକିଛି ଠିକ୍‌ଠାକ୍ ଚାଲିଥିଲା। ଏ ସମ୍ପର୍କରେ କେହି ଜାଣିପାରୁନଥିଲେ। ଦୁଇ ଦିନ ତଳେ ଉଭୟଙ୍କ ପ୍ରେମ କାହାଣୀ ପ୍ରଘଟ ହୋଇଥିଲା। ପ୍ରେମ ଚର୍ଚ୍ଚା ଘରେ ପହଞ୍ଚିବା ପରେ ଚିନ୍ତାରେ ପଡ଼ି ଯାଇଥିଲେ ପ୍ରେମୀ ଯୁଗଳ। ପରିବାର ଲୋକଙ୍କ ଜେରାର ସମ୍ମୁଖୀନ ହେବା ପୂର୍ବରୁ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ। ସାଥ୍ ସାଥ୍ ଜୀଇଁବାର ଶପଥ ନେଇଥିବା ପ୍ରେମୀ ଯୁଗଳ ଆଜି ସକାଳେ ଗାଁ ମୁଣ୍ଡ ତେନ୍ତୁଳି ଗଛରେ ଝୁଲି ପଡ଼ିଥିଲେ। ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିବା ପରେ ଗାଁ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏଥିସହ ଥାନାକୁ ମଧ୍ୟ ସୂଚନା ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ତେବେ ଏ କଅଁଳ ବୟସରେ ଉଭୟ କାହିଁକି ନେଲେ ଚରମ ନିଷ୍ପତ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ, ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!