Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ପଂଜୀକରଣ ସମୟସୀମା ବୃଦ୍ଧି

by Anil Panda
August 2, 2020
in Feature News, State
କେନ୍ଦ୍ରମନ୍ତ୍ରୀଙ୍କ ସହ କଥାହେଲେ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ
439
VIEWS
Share on FacebookShare on Twitter

ଭୁବନେଶ୍ୱର, ଚଳିତ ଖରିଫ୍‌ରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ସମୟସୀମା ଅଗଷ୍ଟ ୫ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଯେଉଁ ଚାଷୀମାନେ ବୀମାଭୁକ୍ତ ହୋଇ ପାରି ନାହାନ୍ତି ସେମାନେ ସେମାନଙ୍କ ଫସଲ ନିମନ୍ତେ ୫ ଅଗଷ୍ଟ, ୨୦୨୦ ଯାଏ ବୀମା କରିପାରିବେ । ଏହି ମର୍ମରେ ଆଜି କେନ୍ଦ୍ର ସରକାରଙ୍କ, କୃଷି ସମବାୟ ଏବଂ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ଅବଗତ କରାଯାଇଛି । ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଜୁଲାଇ ୩୧ ତାରିଖ ଶେଷ ତାରିଖ ଥିବାବେଳେ କୋଭିଡ୍‌-୧୯ ସ୍ଥିତି ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଅନେକ ଚାଷୀ ବୀମାଭୁକ୍ତ ହୋଇ ନ ପାରୁଥିବାରୁ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏ ଦିଗରେ ଭାରତ ସରକାରଙ୍କ ପକ୍ଷରୁ ବୀମାର ସମୟସୀମା ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବା ନିମନ୍ତେ ଅନୁରୋଧ କରିଥିଲେ । ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହିତ ଏ ସଂପର୍କରେ ଆଲୋଚନା କରି ସମୟସୀମା ବୃଦ୍ଧି ନିମନ୍ତେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ । ତଦନୁଯାୟୀ ଗତ ଜୁଲାଇ ୩୦ ତାରିଖରେ ମୁଖ୍ୟ ଶାସନ ସଚିବ ଏବଂ ଜୁଲାଇ ୩୧ ତାରିଖରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ କେନ୍ଦ୍ର ସରକାରଙ୍କୁ ସମୟସୀମା ବୃଦ୍ଧି କରିବା ନିମନ୍ତେ ଅନୁରୋଧ କରି ପତ୍ର ଲେଖିଥିଲେ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ବୀମାଭୁକ୍ତ ହେବାର ସମୟସୀମା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସଂପୃକ୍ତ ବୀମା କମ୍ପାନୀଗୁଡ଼ିକ ଚାଷୀମାନଙ୍କଠାରୁ ଦରଖାସ୍ତ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୨ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବୀମା କମ୍ପାନୀମାନେ ସମସ୍ତ ଦରଖାସ୍ତ ଗ୍ରହଣପୂର୍ବକ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏହି ସମୟସୀମା ବୃଦ୍ଧି ହେବା ଦ୍ୱାରା ରାଜ୍ୟର ଚାଷୀମାନେ ବହୁଳ ଭାବରେ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାପ୍ରକାଶ କରିବା ସହ ଯେଉଁ ଚାଷୀମାନେ ବୀମା କରାଇ ପାରିନାହାନ୍ତି ସେମାନେ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଛନ୍ତି । ଫସଲବୀମା ସମୟସୀମା ବୃଦ୍ଧି ପାଇବା ପରେ ଆଜି ପୂର୍ବାହ୍ନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ, ସମବାୟ ବିଭାଗର ଶାସନ ସଚିବ, କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ନିବନ୍ଧକ ସମବାୟ ସମିତି ସମୂହ, ଡି.ଆର୍‌.ସି.ଏସ୍‌, ଏ.ଆର୍‌.ସି.ଏସ୍‌, କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସିଇଓ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କ ସହିତ ଭର୍ଚୁଆଲ୍‌ ବୈଠକ ଅନୁଷ୍ଠିତ ହୋଇ ଏକ ସ୍ୱତନ୍ତ୍ର ଅଭିଯାନ ଜରିଆରେ ରାଜ୍ୟରେ ବୀମାଭୁକ୍ତ ହୋଇନଥିବା ଚାଷୀମାନଙ୍କୁ ବର୍ଦ୍ଧିତ ସମୟସୀମା ମଧ୍ୟରେ ବୀମାଭୁକ୍ତ କରିବା ଦିଗରେ ଆବଶ୍ୟକୀୟ କାର୍ଯ୍ୟ ଗ୍ରହଣ କରିବା ଦିଗରେ ଆଲୋଚନା ହୋଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!