ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଂଚଳରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ଏହି ଅଂଚଳର ୧୦ଟି ଗ୍ରାମକୁ ଜିଲ୍ଲାପାଳ ଡ. ପୋମା ଟୁଡୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଏହି ଗ୍ରାମ ଗୁଡ଼ିକ ମଧ୍ୟରେ ଶରଧାପୁର, ଗଜେନ୍ଦ୍ରପଲ୍ଲୀ, ମଦନଗାଡ଼ିଆ, ବାଉଶଗାଡ଼ିଆ, ବ୍ରାହ୍ମଣଡିହ ଏବଂ ଭାଡ଼ିକିଳା ରହିଥିବା ଜଣାଯାଇଛି । ସେହିଭଳି ଭାବେ ଏହି ବ୍ଲକର ଭାଗବତପ୍ରସାଦ, ମହେଶ୍ୱରପୁର, ନରସିଂହପ୍ରସାଦ ଏବଂ ରୋହିବାଙ୍କ ଗ୍ରାମକୁ ମଧ୍ୟ ଜିଲ୍ଲାପାଳ କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି । ଏହି ଅଂଚଳରେ ବ୍ୟାପକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଏହାକୁ କଣ୍ଟେନ୍ମେଣ୍ଟ ଘୋଷଣା କରାଯାଇଛି । ଅନ୍ୟପକ୍ଷେ, ଏହି ଅଂଚଳର ଜନସାଧାରଣଙ୍କୁ ବାହାରକୁ ନବାହାରିବା ଏବଂ କୋଭିଡ୍ କଟକଣା ମାନିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।






