କଟକ, (ବାଘୁଆବାର୍ତ୍ତା): ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଭ୍ରାଟକୁ ଧରିଛି ଏ ଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ସାରା ରାଜ୍ୟର ୮ ଟି ପରୀକ୍ଷା କେନ୍ଦ୍ରରେ ବିଭ୍ରାଟ ହୋଇଛି । ଏଆଇ ଜରିଆରେ ପ୍ରମାଣ ମିଳିବା ପରେ ସମ୍ପୃକ୍ତ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ମାନଙ୍କୁ ନୋଟିସ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ତା ସହିତ ଘଟଣାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଲାଗି ବିଭିନ୍ନ ବିଭାଗକୁ ବୋର୍ଡ କର୍ତ୍ତୃପକ୍ଷ ଅବଗତ କରାଇଛନ୍ତି । ୨୦ ତାରିଖ ଦିନ ମାତୃଭାଷା ପାଇଁ ପରୀକ୍ଷା ଚାଲିଥିବା ବେଳେ ୮ଟି ପରୀକ୍ଷା କେନ୍ଦ୍ରରେ ନାନାଦି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସେଥି ମଧ୍ୟରୁ କଟକ ଜିଲ୍ଲାରେ ସର୍ବାଧିକ ୪ଟି ପରୀକ୍ଷା କେନ୍ଦ୍ର ରହିଛି । ଏହା ବାଦ୍ କଳାହାଣ୍ଡି, ଢେଙ୍କାନାଳ, ପୁରୀ ଏବଂ ନୟାଗଡ଼ର ଗୋଟିଏ ଗୋଟିଏ କେନ୍ଦ୍ରରେ ଅନେକ ଜାଲିଆତି କାର୍ଯ୍ୟ ହୋଇଥିବାର ପ୍ରମାଣ ଦେଇଛି ଏ ଆଇ ।





