ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ପୁରୁଣା ସହରରୁ କିଛି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଯାହାକୁ ନେଇ ୭ ନଂ ଏବଂ ୮ ନଂ ୱାର୍ଡ଼ କେଉଟସାହି ଏବଂ କୁଞ୍ଜବିହାରୀସାହିକୁ ଜିଲ୍ଲାପାଳ ଡ. ପୋମା ଟୁଡୁ କଣ୍ଟେନ୍ମେଣ୍ଟ ଘୋଷଣା କରିଥିଲେ । ଏହି ଅଂଚଳରୁ ଆଉ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଏବଂ ପରୀକ୍ଷା ପାଇଁ ଯାଇଥିବା ସ୍ୱାବ ନେଗେଟିଭ୍ ଆସିବା କାରଣରୁ ଆଜି ଜିଲ୍ଲାପାଳ ଏହାକୁ କଣ୍ଟେନ୍ମେଣ୍ଟ ମୁକ୍ତ କରିଛନ୍ତି । ଏନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ମାଧ୍ୟମରେ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଥିବା ବେଳେ ଆଜିଠାରୁ ଏହି ଅଂଚଳ ପୂର୍ବବତ୍ ରହିବ ବୋଲି ଜଣାଯାଇଛି ।





