ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହର ପୁରୁଣା ବସଷ୍ଟାଣ୍ଡଠାରେ ଟିଟଲାଗଡ଼ ଉପଜିଲ୍ଲାପାଳଙ୍କ ଗାଡ଼ିରେ ଆଜି ଏକ ସ୍କୁଟି ଆସି ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଉପଜିଲ୍ଲାପାଳ ସୋମେଶ୍ କୁମାର ଉପାଧ୍ୟାୟଙ୍କ ଗାଡ଼ି ସାମନା ପଟ ଭାଙ୍ଗି ଯାଇଥିଲା । ଫଳରେ ସେ ନୟାଗଡ଼ ଟାଉନଥାନା ନିକଟରେ ପହଂଚିଥିବା ବେଳେ ଖବରପାଇ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ସେଠାରେ ପହଂଚି ଘଟଣାର ଅନୁଧ୍ୟାନ କରିଛନ୍ତି । ନୟାଗଡ଼ ଟାଉନଥାନା ପୁଲିସ ଗାଡ଼ି ମରାମତି ପାଇଁ ବ୍ୟବସ୍ଥା କରିବା ସହ ଦୁର୍ଘଟଣା ସଂମ୍ପର୍କରେ ଅନୁଧ୍ୟାନ ଚଳାଇଛି । ଆଜି ଶ୍ରୀଯୁକ୍ତ ଉପାଧ୍ୟାୟ କୈାଣସି କାମରେ ନିଜର ପରିବାର ସହ ଭୂବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାଯାଇଛି ।





