ଆଠଗଡ, (ବାଘୁଆବାର୍ତ୍ତା): ପୁଣି ଆଠଗଡ଼ ଅଶୋକ ନଗର ଅଞ୍ଚଳରୁ ଲୁଟ୍ କଲେ ଲୁଟେରା । ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୨ ଲକ୍ଷ ୮୭ ହଜାର ଟଙ୍କା । ଆଠଗଡ଼ ଅଶୋକ ନଗରରେ ଘଟିଛି ଏଭଳି ଘଟଣା । ଭାରତ ମସଲାର ଡିଷ୍ଟିବ୍ୟୁଟର ପ୍ରଶାନ୍ତ କୁମାର ସ୍ୱାଇଁ ନିଜ ଘର ସମ୍ମୁଖରେ ଗାଡ଼ି ରଖି ଘରକୁ ଯାଇଥିବା ବେଳେ ଡିକି ଭାଙ୍ଗି ଲୁଟ୍ କଲେ ଲୁଟେରା । ଏକ ବାଇକ୍ ଯୋଗେ ଦୁଇ ଜଣ ଯୁବକ ଆସି ଲୁଟିନେଲେ ଟଙ୍କା । ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି । ଗତ କିଛି ଦିନ ତଳେ ଅଶୋକ ନଗର ସ୍ଥିତ ଫ୍ଲିପ କାର୍ଟ ଅଫିସ୍ ରୁ ବନ୍ଧୁକ ଦେଖାଇ ଲୁଟ କରିଥଲେ ଲୁଟେରା । ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି ।





