Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମାଜବାଦୀ ପାର୍ଟି ଛାଡିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ

by ସଞ୍ଜୟ ସ୍ୱାଇଁ
February 20, 2024
in NATIONAL NEWS, Politics
ସମାଜବାଦୀ ପାର୍ଟି ଛାଡିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ
78
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ମହାସଚିବ ପଦ ଛାଡିଥିବା ମୌର୍ଯ୍ୟ ଆଜି ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ସେହିଭଳି ଏମଏଲସିରୁ ପଦରୁ ଇସ୍ତଫା ଦେବା ସହ ଅଖିଳେଶ ଯାଦବଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଲେଖିଛନ୍ତି, ଆପଣଙ୍କ ନେତୃତ୍ୱରେ ସୌହାଦ୍ଦ୍ୟପୂର୍ଣ୍ଣ ବାତାବରଣରେ କାମ କରିବାର ଅବସର ମିଳିଲା । କିନ୍ତୁ ୧୨ ଫେବ୍ରୁଆରୀରେ ଯେଉଁ ଆଲୋଚନା ହେଲା ତାହାକୁ ୧୩ ଫେବ୍ରୁଆରୀରେ ସାମ୍ନାକୁ ନ ଆଣିବା କାରଣରୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ସମାଜବାଦୀ ପାର୍ଟି ଛାଡିବା ପରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ଅଖିଳେଶଙ୍କ ବିଚାରଧାରା ସହ ମୋର ମତଭେଦ ରହିଛି । ଅଖିଳେଶ ଯାଦବ ସମାଜବାଦୀ ପାର୍ଟିର ବିଚାରଧାରାର ବୀପରିତ ଦିଗରେ ଯାଉଛନ୍ତି । ଆସନ୍ତା ୨୨ ତାରିଖରେ ଆଗାମୀ ରାଜନୈତିକ ଭବିଷ୍ୟତ ନେଇ ସ୍ପଷ୍ଟ କରିବେ ବୋଲି କହିଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ଏହାପୂର୍ବରୁ ଅଖିଳେଶ ଯାଦବ କହିଥିଲେ, ସମସ୍ତେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦୌଡୁଛନ୍ତି । ଯାହାକୁ ନେଇ ସ୍ୱାମୀପ୍ରସାଦ କହିଛନ୍ତି, ଅଖିଳେଶ ଏବେ କେନ୍ଦ୍ରରେ କିମ୍ବା ରାଜ୍ୟରେ କ୍ଷମତାରେ ନାହାନ୍ତି । ତେଣୁ ସେ କିଛି ଦେବା ସ୍ଥିତିରେ ମଧ୍ୟ ନାହାନ୍ତି । ଏବେ ପର୍ଯ୍ୟନ୍ତ ଅଖିଳେଶ ମୋତେ ଯାହା ଦେଇଛନ୍ତି ତାହାକୁ ଫେରସ୍ତ କରିବି । ମୋ ପାଇଁ ବିଚାରଧାରା ସବୁଠୁ ଉପରେ । ପଦ ଆବଶ୍ୟକତା ନାହିଁ ବରଂ ସବୁ ବର୍ଗ ପାଇଁ ଅଧିକାରର ଓ ସେମାନଙ୍କର କଲ୍ୟାଣ ମୋର ପ୍ରାଥମିକତା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!