ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଟାଉଟଥାନା ଏକ ବୋଲେରୋ ଚୋରୀ ଘଟଣାର ତଦନ୍ତ ବେଳେ ଚୋରା ବାଇକ ଜବତ କରିଛି । ସୂଚନାନସୁାରେ, କିଛି ଦିନ ତଳେ ନୟାଗଡ଼ କଇଥଗାଡ଼ିଆ ରାସ୍ତାରୁ ଏକ ବୋଲେରୋ ଚୋରୀ ହୋଇଥିବା ବେଳେ ପୁଲିସ ଏହାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ବୋଲେରୋ ଉଦ୍ଧାର କରିଥିଲା । ଏହି ଘଟଣାରେ ଲିଙ୍କ ଥିବା ଅନ୍ୟତମ ଅଭିଯୁକ୍ତ ବୋଲଗଡ଼ ଥାନା କେନ୍ଦୁପଲ୍ଲୀ ଗ୍ରାମର ନିଜାମ୍ ଖାଁକୁ ପୁଲିସ ଗିରଫ କରି ପଚରା ଉଚରା ସମୟରେ ସେ ବାଇକ ଚୋରୀ କରୁଥିବା ଜଣାଯାଇଥିଲା । ତାଙ୍କ ଦ୍ୱାରା ଚୋରୀ ହୋଇଥିବା ବୁଲେଟ ସମେତ ତିନୋଟି ଗାଡ଼ିକୁ ପୁଲିସ ଜବତ କରିଥିବା ବେଳେ ଏହି ଘଟଣାରେ ୨୭ ହଜାର ଟଙ୍କାରେ ବୁଲେଟ କିଣିଥିବା ଇଟାମାଟି ଅଂଚଳର ଶଶୀଧର ସ୍ୱାଇଁ ଏବଂ ଗାଡ଼ି କିଣାବିକାର ମଧ୍ୟସ୍ଥି ନୁରୁଦ୍ଦିନ୍ ଖାଁକୁ ମଧ୍ୟ ପୁଲିସ ଗିରଫ କରିଛି । ଆଜି ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।





