ବୈପାରୀଗୁଡା, (ବାଘୁଆବାର୍ତ୍ତା): ଗଞ୍ଜେଇ କିଣା ବିକା ପାଇଁ ଚାଲିଥିଲା ଡିଲ୍ । ମାଡିବସିଲା ପୋଲିସ । ଗିରଫ ହେଲେ ୩ ଅନ୍ତରାଜ୍ୟ ଯୁବକ । ବୈପାରୀଗୁଡାରେ ଘଟିଛି ଏଭଳି ଘଟଣା । ବୈପାରୀଗୁଡା ଅଂଚଳରୁ ଗଞ୍ଜେଇ କିଣିବା ପାଇଁ ଆସିଥିଲେ ହରିୟାଣାର ୩ ଯୁବକ । ଦୋରାଗୁଡା ସ୍ଥିତ ଦୈତାରି ହନ୍ତାଳଙ୍କ ଘରେ ଚାଲିଥିଲା କିଣାବିକା ଡିଲ । ଠିକ ସେହି ସମୟରେ ବୈପାରୀଗୁଡା ପୋଲସ ଚଢ଼ାଉ କରିଥିଲା । ଗଂଜେଇ ମାଲିକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ୩ ବେପାରୀଙ୍କୁ କାବୁ କଲା କରିଥିଲା ପୋଲିସ । ସୋମବାର ୩ ଜଣଙ୍କୁ ଗିରଫ କରିବା ସହ ଜୟପୁର କୋର୍ଟ ଚଲାଣ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହରିୟାଣା ଅଂଚଳର କପିଲ କାତ୍ରିୟା,ସୌରଭ ଭତ୍ରା, ମନୀଷ ନାଫିଆ ବୋଲି ବୈପାରୀଗୁଡା ଥାନା ଅଧିକାରୀ ଦୀପାଞ୍ଜଳି ପ୍ରଧାନ ସୂଚନା ଦେଇଛନ୍ତି ।





