ବୌଦ୍ଧ, (ବାଘୁଆବାର୍ତ୍ତା): ବୌଦ୍ଧ ଜିଲ୍ଲାରେ ଥମୁନି ମନ୍ଦିରରୁ ଚୋରୀ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସିରିଜ୍ ଭାବେ ଲୁଟ୍ ହେଉଛି ମନ୍ଦିର । ପୋଲିସ ସାଜିଛି ନୀରବଦ୍ରଷ୍ଟା । ପୋଲିସ୍କୁ ଖୋଲା ଖୋଲି ଭାବେ ଚାଲେଞ୍ଜ କରି ପୁଣି ଦୁଇଟି ମନ୍ଦିରରୁ ଚୋରୀ କରିଛନ୍ତି ଦୁର୍ବୃତ୍ତ । ସହର ସ୍ଥିତ ଭୈରବୀ ମନ୍ଦିର ଓ ଗାୟତ୍ରୀ ମନ୍ଦିରରୁ ଚୋରୀ । ଭୈରବୀ ମାଙ୍କ ସୁନା ଆଖି ସହିତ ସୁନା ଟିକିଲି ନେଇ ଗଲେ ଦୁର୍ବୃତ୍ତ । ଗାୟତ୍ରୀ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ସୁନା ରୂପା ଲୁଟିନେଲେ ଦୁର୍ବୃତ୍ତ । ରବିବାର ରାତିରେ ଦୁର୍ବୃତ୍ତ ଚୋରୀ କରିଥିବା ସୂଚନା । ଚୋରୀ କରି ଦୁର୍ବୃତ୍ତ ଫେରାର । ଆଦର୍ଶ ଥାନା ପୋଲିସର ତଦନ୍ତ ଜାରି । ସୂଚନା ଅନୁଯାୟୀ ଭୈରବୀ ମନ୍ଦିର ପୂଜକ ସକାଳୁ ମନ୍ଦିରକୁ ପୂଜା କରିବାକୁ ଆସିଥିବା ବେଳେ ସେହି ସମୟରେ ବାମ ପାର୍ଶ୍ଵ ଗେଟ୍ର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ କମିଟିକୁ ଖବର ଦେବା ସହିତ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଦୁର୍ବୃତ୍ତ ମାନେ ଭୈରବୀ ମାଙ୍କ ସୁନାର ଦୁଇଟି ଆଖି ଏବଂ ସୁନା ଟିକିଲି ଲୁଟ୍ କରିଥିବା ଦେଖିବାକୁ ପାଇଥିଲେ । ତେବେ ପୂର୍ବରୁ ମଧ୍ୟ ଭୈରବୀ ମନ୍ଦିରରୁ ଗତ ୫ ତାରିଖରେ ହୁଣ୍ଡି ଭାଙ୍ଗି ସବୁ ଲୁଟ କରୁଥିଲେ ଦୁର୍ବୃତ୍ତ । ସେହିପରି ସହରର ଗାୟତ୍ରୀ ମନ୍ଦିର ରେ ମଧ୍ୟ ଲୁଟ କରିଛନ୍ତି ଦୁର୍ବୃତ୍ତ। ଏକ ମାସ ପୂର୍ବରୁ ଏକ ମନ୍ଦିର ର ହୁଣ୍ଡି ଭାଙ୍ଗି ଲୁଟି ଥିଲେ ଦୁର୍ବୃତ୍ତ ପୁଣି ଗତ କାଲି ରାତିରେ ହୁଣ୍ଡି ଭାଙ୍ଗି ସବୁ ଲୁଟ କରିଛନ୍ତି ଦୁର୍ବୃତ୍ତ। ଏ ନେଇ ଉଭୟ ମନ୍ଦିର କମିଟି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।





