ନୟାଗଡ଼, (ବାଘୁଆବାର୍ତ୍ତା): ବିବାଦୀୟ ଚାନ୍ଦପୁର ଥାନା ଅଧିକାରୀ ଧନେଶ୍ୱର ନାୟକଙ୍କର ଆଜି ବଦଳି ହୋଇଛି । ତାଙ୍କ ବଦଳରେ ପୂର୍ବତନ ଓଡ଼ଗାଁ ଥାନା ଅଧିକାରୀ ତଥା ଏବେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଜ୍ୟୋତି ପ୍ରକାଶ ପଣ୍ଡା ଚାନ୍ଦପୁର ଥାନା ଅଧିକାରୀ ଭାବେ କାର୍ଯ୍ୟ କରିବେ ବୋଲି ପୁଲିସ ମୁଖ୍ୟାଳୟ ସୁତ୍ରରୁ ଜଣାପଡ଼ିଥିବା ବେଳେ ଧନେଶ୍ୱର ନାୟକଙ୍କୁ ପୁଲିସ ମୁଖ୍ୟାଳୟରେ ରିର୍ପୋଟ କରିବାକୁ କୁହାଯାଇଛି । ବିଗତ କିଛି ଦିନ ଧରି ଚାନ୍ଦପୁର ଥାନାରେ ଅନେକ ଘଟଣାକୁ ନେଇ ଥାନା ଅଧିକାରୀ ବିବାଦ ଘେରକୁ ଆସିଥିଲେ । ଚାନ୍ଦପୁର ଅଂଚଳରୁ ବହୁ ଅଭିଯୋଗ ଆରକ୍ଷୀ ଅଧିକ୍ଷକଙ୍କୁ ନିକଟକୁ ଆସିଥିଲା ।






