ବାଲିପାଟଣା, (ବାଘୁଆବାର୍ତ୍ତା): ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବିଶୁନିଆପଡ଼ା ପାଣି ଟାଙ୍କି ନିକଟରୁ ସନ୍ଦେହଜନକ ଅବସ୍ଥାରେ ଯୁବତୀ ଉଦ୍ଧାର ହୋଇଛନ୍ତି । ଯୁବତୀ ଜଣଙ୍କ ଗ୍ରାମ ପାଣି ଟାଙ୍କି ନିକଟରେ ସନ୍ଦେହଜନକ ଭାବେ ପଡ଼ିଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି । ଯୁବତୀ ଜଣଙ୍କ ହିମାଞ୍ଚଳ ପ୍ରଦେଶର ଲତା ଦେବୀ । ତାଙ୍କ ବୟସ ପାଖାପାଖି ୨୫ବର୍ଷ ହେବ ବୋଲି ଜଣାପଡ଼ିଛି । ସେ ବିଳାସପୁରରେ ଚାକିରି କରନ୍ତି । ବୋଲି ପୋଲିସ କହିଛି । ଯୁବତୀଙ୍କ ଘର ଲୋକଙ୍କୁ ଏ ବାବଦରେ ଖବର ଦିଆଯାଇଛି । ତେବେ ତିନି ଦିନ ପୂର୍ବେ ଯୁବତୀ ଜଣକ ଟଙ୍କପାଣି ନିକଟରେ ବୁଲୁଥିବା ବେଳେ ପଞ୍ଚାୟତ ରୋଡ୍ ନିକଟରେ ରହୁଥିବା ଜଣେ ମହିଳା ତାଙ୍କୁ ଉଦ୍ଧାର କରି ଆଣି ଘରେ ରଖିଥିଲେ । ରାତିରୁ ଯୁବତୀ ଜଣକ ମହିଳାଙ୍କ ଘରୁ କେଉଁଆଡେ ଚାଲିଯାଇଥିଲେ ।





