ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏହି ବ୍ୟକ୍ତି ଜଣଙ୍କ ୮୨ ବର୍ଷିୟା ମହିଳା ଏବଂ ସେ ବିଭିନ୍ନ ରୋଗରେ ପିଡ଼ିତ ଥିବା ବେଳେ ହାଇପରଟେନସନ୍ ତାଙ୍କ ମୃତ୍ୟୁର କାରଣ ବୋଲି ଜଣାଯାଇଛି । ଏହି ମହିଳାଙ୍କୁ ମିଶାଇ ଜିଲ୍ଲାରେ ୪ ଜଣ କରୋନା ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ପୂର୍ବରୁ ତାଙ୍କର ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ମଧ୍ୟ ରହିଥିବା ଜଣାଯାଇଛି ।






