ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ବାଉଁଶିଆପଡ଼ା ଆନ୍ଧ୍ର ବ୍ୟାଙ୍କରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ପୂର୍ବରୁ ବ୍ୟାଙ୍କର ଜଣେ ମହିଳା କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ଅନ୍ୟ ଜଣେ କର୍ମଚାରୀ କରୋନା ଚିହ୍ନଟ ହୋଇଥିବା ଜଣାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବ୍ୟାଙ୍କୁ ସଟ୍ଡାଉନ୍ କରିବା ପାଇଁ ଦାବି ହେଉଛି ।






