ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଡିଲ୍ ବେଳେ ମାଡିବସିଲେ । ବାଘ ଛାଲ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ଏସଟିଏଫ୍। ସମ୍ବଲପୁର ବାମରାରୁ ୨ ବାଘ ଛାଲ ଜବତ ହୋଇଛି। ଜଣେ ଅଭିଯୁକ୍ତକୁ ଏସଟିଏଫ୍ ଗିରଫ କରିଛି । ଖବର ଅନୁଯାୟୀ, କୁଚିଣ୍ଡା-ବଣେଇଗଡ଼ ରାସ୍ତା ନିକଟରେ ବାଘଛାଲ ଡିଲ୍ ଚାଲିଥିବା ବେଳେ ଖବର ପାଇ ଏସଟିଏଫ୍ ଚଢାଉ କରିଥିଲା। ଏହି ସମୟରେ ୨ ବାଘ ଛାଲ ଜବତ ହୋଇଛି। ଏହା ସହ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦେବଗଡ଼ର ସଙ୍କୀର୍ତ୍ତନ ମୁଣ୍ଡା। ଯାଞ୍ଚ ପାଇଁ ବାଘଛାଲକୁ ଡେହରାଡୁନ WIIକୁ ପଠାଯିବ ବୋଲି ସୂଚନା ମିଳିଛି। ତେବେ ଏହି ବାଘ ଛାଲ ଡିଲ୍ରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ପୋଲିସ ଛାନଭିନ୍ ଚଳାଇଛି।





