ଭଦ୍ରକ, (ବାଘୁଆବାର୍ତ୍ତା): ନିର୍ବାଚନ ପୂର୍ବରୁ ଇଡି ରାଡରରେ ନେତା । ବିଧାୟକଙ୍କ ଘରେ ପଶିଲା ଇଡି । ବିଧାୟକଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି । ୬ଜଣିଆ ଟିମ୍ ଚଢ଼ାଉ କରିଥିବା ଜଣାପଡିଛି । ପୂର୍ବତନ ମନ୍ତ୍ରୀ ତଥା ଏବେର ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଏହି ରେଡ୍ ହୋଇଛି । ଭଦ୍ରକ ସହରର ୪ ଟି ସ୍ଥାନରେ ଚଢ଼ାଉ ହେଉଥିବା ସୂଚନା । ତେବେ ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧକ୍ଷ ଙ୍କ ଘରେ ମଧ୍ୟ ଚଢ଼ାଉ ହେଉଥିବା ସୂଚନା ମିଳିଛି ପ୍ରଫୁଲ୍ଲ ସାମଲଙ୍କ ସାବନା ବଜାର ସ୍ଥିତ ଘର , ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧକ୍ଷ ଙ୍କ ଅପର୍ତ୍ତିବିନ୍ଧା ସ୍ଥିତ ଘରେ ଚଢ଼ାଉ । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷା ବଳୟରେ ଚଢ଼ାଉ ଜାରି । ବରପଦା କଲେଜ ସହ ପୂର୍ବତନ କ୍ୟାସିୟର ଙ୍କ ଘରେ ମଧ୍ୟ ଚଢ଼ାଉ ସୂଚନା ।





