ନୟାଗଡ଼, (ବାଘୁଆବାର୍ତ୍ତା) : ୨୦୧୯-୨୦ ଶିକ୍ଷାବର୍ଷର ମାଟ୍ରିକ୍ ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ରେଜଲ୍ଟ କରିଛନ୍ତି। ୩୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଏ-୧ରେ ୨ଜଣ, ଏ-୨ରେ ୧୨ ଜଣ, ବି-୧ରେ ୦୭ ଜଣ, ବି-୨ରେ ୦୪ ଜଣ, ସି ଗ୍ରେଡ ରେ ୦୬ ଜଣ, ଡି ଗ୍ରେଡରେ ୦୧ ଜଣ ଓ ଇ ଗ୍ରେଡ୍ ରେ ୦୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆଜି ବିଦ୍ଯାଳୟ ତରଫରୁ ସାମାଜିକ ଦୂରତା ରକ୍ଷା କରି ସମ୍ବର୍ଦ୍ଧନା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ବିଦ୍ଯାଳୟ ୧୦୦ ପ୍ରତିଶତ ରେଜଲ୍ଟ କରିଥିବାରୁ ବିଦ୍ଯାଳୟର ଅଧ୍ଯକ୍ଷ ତଥା ସଂପାଦକ ଶ୍ରୀଧର ସାହୁ ଖୁସି ବ୍ଯକ୍ତ କରିବା ସହିତ ବିଦ୍ଯାଳୟର ଗୁରୁଜୀ ଗୁରୁମା ଓ ଅଭିଭାବକ ମାନଙ୍କୁ ଧନ୍ଯବାଦ ଅର୍ପଣ କରିଛନ୍ତି। ଏହି ଅଭିନନ୍ଦନ କାର୍ଯ୍ୟକ୍ରମରେ ବିଦ୍ଯାଳୟର ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର, ଜନାର୍ଦ୍ଦନ ପରିଡ଼ା, ପବିତ୍ର ସାହୁ, ରଜଂନ କୁମାର ପରିଡ଼ା, ନିର୍ମଳ ସାହୁ, ପ୍ରିୟମ୍ବଦା ମହାପାତ୍ର ଆଦି ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ।






