ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଦେଶରେ ସାଧାରଣ ନିର୍ବାଚନକୁ ଓହ୍ଲାଇବା ଲାଗି କଂଗ୍ରେସ ଚଳାଇଛି ପ୍ରସ୍ତୁତି । ହେଲେ ଏହାପୂର୍ବରୁ ଓଡିଶା କଂଗ୍ରେସକୁ ଲାଗିଛି ଶକ୍ତ ଝଟ୍କା । କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ପିସିସି ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ଅଂଶୁମାନ ମହାନ୍ତି । ଖବର ଅନୁଯାୟୀ, କେନ୍ଦ୍ରାପଡ଼ା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ୨୦୧୪ରୁ ୨୦୧୯ ଯାଏ ରାଜନଗରର ବିଧାୟକ ଥିଲେ । ଏପିରିକି ନିକଟରେ ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରାରେ ସକ୍ରିୟ ଭୂମିକା ନେଇଥିଲେ । କୁତ୍ରା, ବଡ଼ଗାଁ, ରାଉରକେଲା ଯାତ୍ରାରେ ଯୋଗ ଦେଇଥିଲେ। ପୂର୍ବତନ ବିଧାୟକ ନଳିନୀକାନ୍ତ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି । ଏବେ କଂଗ୍ରେସ ସହିତ ଦୀର୍ଘ ଦିନ ଧରି ଥିବା ସଂପର୍କକୁ କାଟିଛନ୍ତି ଅଂଶୁମାନ ମହାନ୍ତି । କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ।






