ଭୁବନେଶ୍ୱର, (ବାଘୁଆବାର୍ତ୍ତା): STF ପଞ୍ଝାରେ ବଜ୍ରକାପ୍ତା ବେପାରୀ । ବରଗଡ଼ରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତାକୁ ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ । ଗିରଫ ବ୍ୟକ୍ତିଙ୍କ ନାମ ଜଗଦୀଶ ମିଞ୍ଜ ବୋଲି ଜଣାପଡିଛି । ଖବର ଅନୁଯାୟୀ, ବରଗଡ ଜିଲ୍ଲା ଆମ୍ବାଭୋନା-ଡୁଙ୍ଗୁରିରୋଡ ମଧ୍ୟରେ ଥିବା ବୁଢିପାଲି ଛକରେ ବଜ୍ରକାପ୍ତା ଡିଲ୍ ଚାଲିଥିବା ନେଇ ଏସ୍ଟିଏଫ୍ ଟିମ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ଯାହାକୁ ଆଧାର କରି ଚଢାଉ କରିଥିଲା ଏସ୍ଟିଏଫ୍ । ଏହି ଚଢାଉରେ ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ଜଗଦୀଶ ମିଞ୍ଜ ନାମକ ଜଣେ ବେପାରୀଙ୍କୁ ଗିରଫ କରିଛି । ସେପଟେ ଉଦ୍ଧାର ବଜ୍ରକାପ୍ତାକୁ ଏସ୍ଟିଏଫ୍ ଟିମ୍ ବନ ବିଭାଗକୁ ହସ୍ତାନ୍ତର କରିଛି ।





