ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ଗଡ଼ ଭିତର ସାହିରୁ ଗତକାଲି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି । ଏହି ବ୍ୟକ୍ତି ଜଣଙ୍କ ସ୍ୱାବ ଦେ ଗାଁ ସାରା ବୁଲାବୁଲି କରିବା ଦ୍ୱାରା ଅନେକ ଲୋକ ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ ସ୍ଥାନୀ ୟସରପଂଚ ଜଗନ୍ନାଥ ସେଠୀ ବଡ଼ପଣ୍ଡୁସର ଗ୍ରାମର ୧,୨ ଏବଂ ୩ ନଂ ୱାର୍ଡ଼କୁ ୩୧ ତାରିଖ ସକାଳ ୭ ଘଟିକାଠାରୁ ୩ ତାରିଖ ରାତି ୯ ଘଟିକା ପର୍ଯ୍ୟନ୍ତ ୪ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏନେଇ ସରପଂଚ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିବା ବେଳେ ଲୋକଙ୍କୁ ଏହି ୪ ଦିନ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ।





