ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ରେ ବଢିଚାଲିଛି ଚୋରି, କଉଠି ମନ୍ଦିର ତ କଉଠି ଘରେ ପଶି ଚୋରି କରୁଛନ୍ତି ଚୋର, ଗତକାଲି ଭଣ୍ଡାରିପୋଖରୀ ରେ ସୁନା ଦୋକାନ ରୁ ଚୋରି ହୋଇଥିବା ବେଳେ ଆଜି ଭଦ୍ରକ ସହରରେ ଥିବା KIDZEE PLAY SCHOOL ରୁ ଚୋରି ହେଇଛି, ସିସି କ୍ୟାମେରା ତାରକୁ କାଟି ଲୁଟି ନେଲେ ସବୁ କିଛି. ଭଦ୍ରକ ଜିଲ୍ଲା ଆରଡ଼ି ଛକରେ ଥିବା KIDZEE ସ୍କୁଲ୍ ରୁ ଗତ କାଲି ରାତିରେ ସିସି ଟିଭି ତାରକୁ କାଟି କିଛି ଲୁଟେରା ଚୋରି କରିଛନ୍ତି।
ସ୍କୁଲର ଝରକା ଭାଙ୍ଗି ଭିତରକୁ ପଶି ବାର୍ଷିକ ଉତ୍ସବ ପାଇଁ ଥିବା ୬୦ ହଜାର ଟଙ୍କା ଚୋରି ହୋଇଥିବା ସହ ଆହୁରି ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଯାଇଛି। ଆଜି ସକାଳୁ ସ୍କୁଲ୍ କୁ କେୟାର ଟେକର ଆସି ସ୍କୁଲ୍ ଖୋଲିବାରୁ ଦେଖିବାକୁ ପାଇଥିଲା କି ଝରକା ଭଙ୍ଗା ହୋଇଛି ଆଉ ସମସ୍ତ ସାମଗ୍ରୀ ଖେଳା ହୋଇ ପଡିଛି। ସେ ସଙ୍ଗେ ସଙ୍ଗେ ଭଦ୍ରକ ସହରାଞ୍ଚଳ ଥାନା କୁ ଖବର ଦେଇଥିଲେ, ତେବେ ଭଦ୍ରକ ରେ ଦିନକୁ ଦିନ ବଢୁଥିବା ଚୋରି କୁ ନେଇ ଭୟଭୀତ ଅବସ୍ଥା ରେ ରହୁଛନ୍ତି ଭଦ୍ରକ ବାସି।





