ପ୍ଲାଜ୍ମା ଦାନ ପାଇଁ ଆହ୍ୱାନ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଆଜି ପ୍ଲାଜମା ଦାନ ପାଇଁ ଆହ୍ୱାନ ଦେଇଛନ୍ତି । ରାଜ୍ୟରେ ଅନେକ କରୋନା ରୋଗୀଙ୍କର ସ୍ୱାସ୍ଥ୍ୟ ଅତ୍ୟନ୍ତ ଜଟିଳ ଏବଂ ଗୁରୁତର ଅବସ୍ଥାରେ ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କରୋନାରୁ ସୁସ୍ଥ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ହେବାର ଚାରି ସପ୍ତାହ ପରେ ନିଜର ପ୍ଲାଜମା ଦାନ କରି ପାରିବେ । ଏହି ପ୍ଲାଜାମା ଅତି ଗୁରୁତର କରୋନା ଆକ୍ରାନ୍ତଙ୍କ ଶରୀରକୁ ସୁସ୍ଥ କରିବାକୁ ସହାୟକ ହୋଇଥାଏ । ଏହାର ସଫଳ ପରୀକ୍ଷଣ ହୋଇ ଏହା ମଧ୍ୟରେ ଅନେକ ଗୁରୁତର ରୋଗୀ ସୁସ୍ଥ ହୋଇ ସକରାତ୍ମକ ଲକ୍ଷଣ ଦେଖା ଯାଇଛି । ଯାହାକୁ ନେଇ ଆଜି ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଜିଲ୍ଲାରୁ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମାନଙ୍କୁ ପ୍ଲାଜ୍ମା ଦାନ କରିବାକୁ ଆହ୍ୱାନ ଦେଇଛନ୍ତି । ଇଚ୍ଛୁକ ବ୍ୟକ୍ତି ତାଙ୍କ ବ୍ଲକର ବିଡିଓ ଓ ତହସିଲଦାରଙ୍କ ସହ ଯୋଗାଯୋଗ କରି ପ୍ଲାଜ୍ମା ଦାନ କରି ପାରିବେ ବୋଲି ଜିଲ୍ଲାପାଳ ପ୍ରେସ ବୃବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।






