ଭଦ୍ରକ, (ବାଘୁଆବାର୍ତ୍ତା): ପୁଣି ଜବତ ହେଲା ନକଲି ଜର୍ଦା ଓ ଜର୍ଦା ସହ ଆବଶ୍ୟକ ସାମଗ୍ରୀ ଓ ଯନ୍ତ୍ରାଂଶ । ଜଣେ ଗିରଫ ହୋଇଥିବା ବେଳେ ଜଣେ ଫେରାର । ଭଦ୍ରକ ଜିଲ୍ଲା ପୁରୁଣାବଜାର ପୋଲିସ ଏହି ଜର୍ଦା ଜବତ କରିଛି । ସୂଚନା ଅନୁଯାୟୀ, ନକଲି ଜର୍ଦା କାରଖାନା ନେଇ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁରୁଣାବଜାର ପୋଲିସ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରିଥିଲା । ଥାନା ଅଧିକାରୀଙ୍କ ନେତୃତ୍ବରେ ଗଠିତ ଟିମ ଦାସ ସାହିରେ ଏକ ଘରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ୩୦ କିଲୋ ଓଜନର ନକଲି ଜର୍ଦା ଜବତ ହୋଇଛି । ଏହା ବାଦ ଜର୍ଜା ପାଇଁ ଆବଶ୍ୟକ ପତି,କେମିକାଲ, ସେଣ୍ଟ ମଧ୍ୟ ଜବତ ହୋଇଛି । ଜର୍ଦା ତିଆରି ପାଇଁ ଆବଶ୍ୟକ ଯନ୍ତ୍ରାଂଶ ପୋଲିସ ଜବତ କରିଛି । ତେବେ ଜବତ ସାମଗ୍ରୀର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ପୁରୁଣାବଜାର ଥାନାରେ ୨୭ ନମ୍ବର କେସ୍ ରୁଜୁ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ଗିରଫ ହୋଇଛି ଓ ଅନ୍ୟ ଜଣେ ଫେରାର ହୋଇଥିବା ସୂଚନା ମିଳିଛି ।





